କନକ ବ୍ୟୁରୋ: ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ପଡିବ ଭୋଟ୍ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରିବେ । ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ରହିଛି । ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟଠୁ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଅଧିକ ହିଂସା ହୋଇଛି । ତେଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏଥିପାଇଁ ୨୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।