ଭୋଡାଫୋନର ସୁପରଆୱାର୍ ଅଫର୍ ! ୭ଟଙ୍କାରେ ପାଇବେ ଅସୀମିତ ଭଏସ୍ କଲ୍

39

ଜିଓକୁ ଟକ୍କର ଦେବା ପାଇଁ ଅନ୍ୟ ଟେଲିକମ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ଏବେ ଭୋଡାଫୋନ୍ ନିଜ ଗ୍ରାହକମାନଙ୍କ ପାଇଁ ଆଣିଦେଇଛି ଏକ ମନଲୋଭା ଅଫର୍ । ଏହି ଅଫର୍ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ । ଭୋଡାଫୋନର ଏହି ଅଫର୍ ନାଁ ହେଉଛି ‘ସୁପର ଆୱାର୍’ ପ୍ଲାନ୍ ।

ଏହି ପ୍ଲାନ୍ ଅନୁଯାୟୀ, ୭ଟଙ୍କା ରିଚାର୍ଜ କଲେ ଭୋଟାଫୋନରୁ ଭୋଡାଫୋନ୍ ୧ଘଂଟା ପର୍ଯ୍ୟନ୍ତ ଅସୀମିତ ଭଏସ୍ କଲ୍ କରିପାରିବେ । ସେହିପରି ୧୬ଟଙ୍କା ରିଚାର୍ଜ କଲେ ୧ଘଂଟା ଯାଏଁ ଅନଲିମିଟେଡ୍ ୩ଜି / ୪ଜି ଡାଟା ମିଳିବ ।

କେମିତି ପାଇବେ ଏହି ପ୍ଲାନ୍ :
ଭୋଡାଫୋନର ଏହି ସୁପରଆୱର୍ ପ୍ଲାନ୍ ଆକ୍ଟିଭ୍ କରିବାକୁ ହେଲେ ପ୍ରଥମେ ଭୋଡାଫୋନ୍ ଆପକୁ ଯାଆନ୍ତୁ । ଆପରେ ସୁପରଆୱାର୍ ବିକଳ୍ପରେ କ୍ଲିକ୍ କରନ୍ତୁ । ଏହି ବିକଳ୍ପରେ ପ୍ଲାନର ଏକ ତାଲିକା ଆସିବ ଯେଉଁଥିରେ କୌଣସି ଗୋଟିଏକୁ ବାଛି କ୍ଲିକ୍ କରିବାକୁ ପଡିବ । କୋଡ୍ ଜରିଆରେ ଏହାକୁ ଆକ୍ଟିଭେଟ୍ କରାଯାଇପାରିବ । ସେଥିପାଇଁ ଷ୍ଟାର୍୪୪୪ହାଜ୍ ଡାଏଲ୍ କରି ପ୍ଲାନକୁ ବାଛି ପାରିବେ ।

ସେହିପରି ସୁପରନାଇଟ୍, ସୁପରଡେ ଏବଂ ସୁପରୱିକ୍ ପ୍ଲାନ୍ ମଧ୍ୟ ଅଛି । ଯେଉଁଥିରେ ଗ୍ରାହକଙ୍କୁ ଅସୀମିତ ଭଏସ୍ କଲ୍ ସହ ଡାଟା ମଧ୍ୟ ମିଳିବ । ସୁପରନାଇଟ୍ ପ୍ଲାନରେ ରାତି ୧ଟାରୁ ସକାଳ ୬ଟା ଯାଏଁ ଅସୀମିତ ଡାଟା ମିଳିଥାଏ । ସେହିପରି ସୁପରଡେ ପ୍ଲାନ୍ ଅନୁଯାୟୀ ୧୦୦ ଏମବି ଡାଟା ୨ଘଂଟା ଯାଏଁ ଦିଆଯାଇଥାଏ । ଆଉ ସୁପରୱିକ୍ ପ୍ଲାନରେ ୨୫୦ଏମବି ଡାଟା ୭ ଦିନ ପାଇଁ ମିଳିଥାଏ ।