ଫ୍ଲପ ସିନେମା ପରେ ମଧ୍ୟ ରାଜକୀୟ ଜୀବନ କାଟୁଛନ୍ତି ବିବେକ ଓବେରୟ ! ଐଶଙ୍କ ସହ ବ୍ରେକ ପରେ ପ୍ରିୟଙ୍କାଙ୍କୁ କଲେ ବିବାହ

109

ବଲିଉଡ଼ ଅଭିନେତା ବିବେକ ଓବେରୟ ଅଧିକ ହିଟ ସିନେମା ଦେଇନାହାନ୍ତି । ତଥାପି ଯେତିକି ବି ସିନେମାରେ କାମ କରିଛନ୍ତି ତା’ପାଇଁ ଦର୍ଶକଙ୍କ ଠାରୁ ଢ଼େର ପ୍ରଶଂସା ସାଉଁଣ୍ଟିଛନ୍ତି । ବିବେକ, ବିଗତ ଦିନର ଲୋକପ୍ରିୟ ବଲିଉଡ଼ ଅଭିନେତା ସୁରେଶ ଓବେରୟଙ୍କ ପୁଅ । ଗତକାଲି ବିବେକ ତାଙ୍କ ୪୧ ତମ ଜନ୍ମଦିନ ପାଳନ କରିଛନ୍ତି । vivek-oberoiବିବେକ ୨୦୦୨ରେ ସିନେମା ‘କମ୍ପାନୀ’ ଜରିଆରେ ବିଲିଉଡ଼ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ସିନେମା ପାଇଁ ବିବେକଙ୍କୁ ଫିଲ୍ମଫେୟାର ତରଫରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ମଳିଥିଲା । ବିବେକ ନିଜର ୧୫ ବର୍ଷର ସିନେମା ଜୀବନ ଭିତରେ ହାତ ଗଣତି ସିନେମା ହିଁ ତାଙ୍କ ହିଟ ହୋଇଛି ବା ବଲିଉଡ଼ରେ ସଫଳତା ପାଇଛି । ଏହି ସିନେମା ଗୁଡ଼ିକ ହେଲା ସାଥିୟାଁ , ମସ୍ତୀ, ୟୁବା, ଶୁଟଆଉଟ୍ ଆଟ୍ ଲଖୋଣ୍ଡୱାଲା । ଏବେ ତାଙ୍କର ଏକ ତାମିଲ ସିନେମା ‘ବେବେଗମ’ ରିଲିଜ ଅପେକ୍ଷାରେ ଅଛି ।

ବିବେକଙ୍କ ଆଉ ଏକ ଦକ୍ଷତା ରହିଛି । ସେ ସିନେମାରେ ଅଭିନୟ କରିବା ବ୍ୟତୀତ ସ୍କ୍ରିପ୍ଟ ମଧ୍ୟ ଲେଖାଲେଖି କରନ୍ତି । ଅଧିକ ହିଟ ସିନେମା ଦେଇନଥିଲେ ମଧ୍ୟ ବିବେକ ଓବେରୟଙ୍କ ନାମ ଜଣେ ଦକ୍ଷ ଅଭିନେତା ତାଲିକାରେ ଆସେ । ତେବେ ବିବେକ ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ବିବାଦରେ ପଡ଼ିଥିଲେ । ଐଶ୍ୱଯ୍ୟା ରାୟଙ୍କ ସହ ବିବେକଙ୍କ ପ୍ରେମ ସମ୍ପର୍କ ଥିଲା । ସୂଚନାଯୋଗ୍ୟ ସଲମାନ ଖାନ୍ ଏନେଇ ବିବେକଙ୍କୁ ଧମକାଇ ଥିଲେ । ଯାହାଦ୍ୱାରା ବିବେକ ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମସମ୍ପର୍କ ଭାଙ୍ଗି ଦେଇଥିଲେ । ଐଶଙ୍କ ପରେ ବିବେକଙ୍କ ନାମ ଆଉ କୌଣସି ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇନାହିଁ । କେବଳ ଏତିକି ନୁହଁ କିଛି ସମୟ ପାଇଁ ବିବେକ ସିନେ ଦୁନିଆରୁ ଗାୟବ ମଧ୍ୟ ହୋଇଯାଇଥିଲେ । ବେିବକ ଐଶଙ୍କ ସହ ବ୍ରେକ ଅପ କରିବା ପରେ ବାପାମା’ଙ୍କ ସମ୍ମତି କ୍ରମେ ବିବାହ କରିଥିଲେ । ବିବେକଙ୍କ ସ୍ତ୍ରୀ ପ୍ରିୟଙ୍କା ଅଲ୍ୱା କର୍ଣ୍ଣାଟକର ମନ୍ତ୍ରୀ ଜୀବରାଜ ଅଲ୍ୱାଙ୍କ ଝିଅ ।

ବିବେକ ଓ ପ୍ରିୟଙ୍କାଙ୍କ ପ୍ରେମକାହାଣୀ ବହୁତ ରୋଚକ । ବିବେକଙ୍କ ବାପା ମା ଚାହୁଁଥିଲେ ବିବେକ ଖୁବ ଶୀଘ୍ର ବିବାହ କରୁନ୍ତୁ, ଯାହାଦ୍ୱାରା ସେ ତାଙ୍କର ଅତୀତ ଜୀବନକୁ ଭୁଲି ପାରିବେ । ବିବେକ ସେହି ସମୟରେ ନିଜ ମାଙ୍କ ସହ ଲଣ୍ଡନରେ ଥିଲେ । ବିବେକଙ୍କ ମା’ ବିବେକଙ୍କୁ କହିଲେ, ସେ ପ୍ରିୟଙ୍କାଙ୍କ ସହ ସାକ୍ଷାତ କରନ୍ତୁ । କିନ୍ତୁ ବିବେକ ପ୍ରିୟଙ୍କାଙ୍କୁ ଭେଟିବା ପାଇଁଁ ପ୍ରସ୍ତୁତ ନଥିଲେ । ସେ କହିଲେ ଯଦି ପ୍ରିୟଙ୍କା ତାଙ୍କୁ ପସନ୍ଦ ଆସନ୍ତି, ତେବେ ପ୍ରଥମେ ତାଙ୍କୁ ଏକ ବର୍ଷ ପଯ୍ୟନ୍ତ ଡେଟ୍ କରିବେ ତାପରେ ବିବାହ କରିବେ ।

ବିବେକଙ୍କ ମା’ ଏହି ସର୍ତ୍ତରେ ରାଜି ହୋଇଗଲେ । କାଣ ସେ ସମୟରେ ବିବେକ ବହୁତ ଭାଙ୍ଗି ପଡ଼ିଥିଲେ । ଯେତେବେଳ ବିବେକ ପ୍ରିୟଙ୍କାଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ, ପ୍ରିୟଙ୍କା ବିଲକୁଲ ମକେଅପ୍ କରିନଥିଲେ । ବିଲକୁଲ ସାଧାସିଧା ଝିଅ ପରି ବିବେକଙ୍କୁ ସାକ୍ଷାତ କରିଥିେଲେ । ପ୍ରଥମ ଦେଖାରେ ହିଁ ଉଭୟେ ଉୟୟଙ୍କୁ ପସନ୍ଦ କରିଥିଲେ । ଏକାଠି ଘଂଟା ଘଂଟା ଧରି କଥା ହେଲେ । ୪ ଜୁଲାଇରେ ପ୍ରଥମ ଦେଖା ଆଉ ୭ ସେପ୍ଟେମ୍ବରରେ ନିର୍ବନ୍ଧ ଓ ତାପରେ ୨୯ ଅକ୍ଟୋବରରେ ବିବାହ ହୋଇଥିଲା । ବିବେକଙ୍କୁ ପ୍ରିୟଙ୍କା ଏତେ ପସନ୍ଦ ଆସିେଲେ ଯେ, ସେ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିଲେ ନାହିଁ । ପ୍ରିୟଙ୍କା ଜଣେ ସମାଜ ସେବିକା । ଉଭୟ ପ୍ରିୟଙ୍କା ଓ ବିବେକ ସମାଜ ସେବା ସହ ଜଡ଼ିତ ଅଛନ୍ତି । ଅଭିନୟ ବ୍ୟତୀତ ବିବେକ କେଏଆରଆରଏ ଇନଫ୍ରାଷ୍ଟକଚର ମାଲିକ । ବିବେକ ଓ ପ୍ରିୟଙ୍କାଙ୍କର ଦୁଇଟି ସନ୍ତାନ, ପୁଅ ବିବାନ ଏବଂ ଝିଅ ନାଁ ଅମେୟା ।