ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ୨୦୨୩ ହେଲେ ବିରାଟ କୋହଲି । ୨୦୧୨, ୧୭, ୧୮ ପରେ ଚତୁର୍ଥ ଥର ପାଇଁ କୋହଲୀଙ୍କୁ ମିଳିଲା ସମ୍ମାନ

ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ୨୦୨୩ ହେଲେ ବିରାଟ କୋହଲି । ୨୦୧୨, ୧୭, ୧୮ ପରେ ଚତୁର୍ଥ ଥର ପାଇଁ କୋହଲୀଙ୍କୁ ମିଳିଲା ସମ୍ମାନ

କନକ ବ୍ୟୁରୋ : ଆଇସିସି ଦିନିକିଆ ଫର୍ମାଟରେ ୨୦୨୩ ବର୍ଷ ପାଇଁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ହାତେଇଲେ ଭାରତୀୟ ବିରାଟ କୋହଲି । କ୍ୟାରିୟରରେ ଚତୁର୍ଥଥର ପାଇଁ ଏହି ପୁରସ୍କାର ହାତେଇବା ସହ ଏବି ଡିଭିଲିୟର୍ସଙ୍କୁ ପଛାରେ ପକାଇଛନ୍ତି କିଙ୍ଗ୍ କୋହଲି । ଏହା ପୂର୍ବରୁ ବର୍ଷ ୨୦୧୨, ୨୦୧୭ ଏବଂ ୨୦୧୮ରେ ଦିନିକିଆ ଫର୍ମାଟରେ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଥିଲେ କୋହଲି । ରେସରେ ଭାରତୀୟ ବୋଲର ମହମ୍ମଦ ସାମି ଏବଂ ଓପନର ଶୁଭମନ ଗିଲଙ୍କୁ ପଛରେ ପକାଇଛି କୋହଲି ଏହି ପୁରସ୍କାର ହାତେଇବାରେ ସଫଳ ହୋଇଛନ୍ତି । ୨୦୨୩ବର୍ଷରେ ଦିନିକିଆ ଫର୍ମାଟରେ କୋହଲି ୨୪ଟି ମ୍ୟାଚ ଖେଳି ୧୩୭୩ ରନ୍ ସଂଗ୍ରହ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe