ବିରାଟ ଓ ଡୁପ୍ଲେସିସ ଖେଳିଲେ ଧୂଆଁଧାର ଇନିଂସ, ମୁମ୍ବାଇକୁ ମାତ୍ ଦେଲା ବାଙ୍ଗାଲୋର । ଅନ୍ୟପଟେ ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ

329

କନକ ବ୍ୟୁରୋ : ରୋହିତଙ୍କୁ ହରାଇଲେ କୋହଲି । ରବିବାର ଖେଳାଯାଇଥିବା ଆଇପିଏଲର ହାଇଭୋଲଟେଜ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ କୋହଲିଙ୍କ ଦମଦାର ୮୨ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଏବଂ ଅଧିନାୟକ ଡୁପ୍ଲେସିସଙ୍କ ୭୩ ରନ୍ ବଳରେ ବଡ ବିଜୟ ହାସଲ କରିଛି ବାଙ୍ଗାଲୋର ।

ସେପଟେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନରେ ହରାଇ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ୨୦୪ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ରାଜସ୍ଥାନ । ଦମଦାର ବ୍ୟାଟିଂ କରି ମାତ୍ର ୨୦ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଜୋସ୍ ବଟଲର । ଅଧିନାୟକ ସଞ୍ଜୁ ସାମସନ୍ ଓ ଯଶସ୍ୱୀ ଜୟସ୍ୱାଲ ମଧ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଜବାବରେ ହାଇଦ୍ରାବାଦ୍ ମାତ୍ର ୧୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ରବିବାର ଆଇପିଏଲରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି । ଆଜି ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ଓ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣଟସ ମଧ୍ୟରେ ହେବ କଡା ଟକ୍କର ।