କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟେଷ୍ଟରେ ପୁଣିଥରେ ବିବାଦ ଦେଖିବାକୁ ମିଳିଛି । କେପଟାଉନରେ ଖେଳାଯାଉଥିବା ଏହି ମ୍ୟାଚର ଚତୁର୍ଥ ଦିନରେ ଆରମ୍ଭ ହେବା ପରେ, ଭାରତକୁ ବିଜୟ ପାଇଁ ୮ ୱିକେଟ୍ ଆବଶ୍ୟକ ହେଉଥିଲା । ଯେଉଁଥିପାଇଁ ବିରାଟ କୋହଲି ନିଜର ପେସବାହିନୀକୁ ମୈଦାନକୁ ଓହ୍ଲାଇଥିଲେ । ଏହି ସମୟରେ କ୍ରିକରେ ଥାଆନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ।
ତେବେ ୩୭ ତମ୍ ଓଭରରେ ମହମ୍ମଦ ଶାମିଙ୍କ ଏକ ବଲରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଭାନ ଡର ଡୁସେନଙ୍କ ଏଜ୍ ଲାଗିଥିଲା । ହେଲେ ଫିଲଡ୍ ଅମ୍ପାୟାର ଏହାକୁ ଆଉଟ୍ ଘୋଷଣା କରିନଥିଲେ । ତେବେ ରିଷଭ ପନ୍ତ ଏନେଇ ଅପିଲ କରିବା ପରେ ବିରାଟ କୋହଲି ରିଭ୍ୟୁ ନେଇଥିଲେ । ଯେଉଁଥିରେ ବ୍ୟାଟ୍ ସହ ବଲ୍ ସଂଯୋଗ ହେଉଥିବା ସିଧାସିଧା ଦେଖିବାକୁ ମିଳୁଥିଲେ ମଧ୍ୟ ଥାର୍ଡ ଅମ୍ପାୟାର ଏହାକୁ ନଟ୍ ଆଉଟ୍ ଘୋଷଣା କରିଥିଲେ ।
ଏହାପରେ ବିରଟା କୋହଲି ଅମ୍ପାୟାରଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଆଉ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ପାଖରେ ପହଞ୍ଚି ତାଙ୍କୁ ସ୍ଲେଜ୍ କରିଥିଲେ । ଏହି ସମୟରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କୋହଲିଙ୍କୁ କହିଥିଲେ ଯେ, ସେ ତାଙ୍କଠାରୁ ୫ ବର୍ଷ ସାନ ଜଣେ ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଜୋହାନସବର୍ଗ ଟେଷ୍ଟରେ ଏହି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ସହିତ ରିଷଭ ପନ୍ତଙ୍କ ଝଗଡା ହୋଇଯାଇଥିଲା । ଆଉ କେପଟାଉନ୍ ଟେଷ୍ଟରେ ତାର ବଦଲା ନେଇଛନ୍ତି ବିରାଟ । ଏହାପୂର୍ବରୁ ଡିଆରଏସକୁ ନେଇ ଏହି ଟେଷ୍ଟରେ ବିବାଦ ମଧ୍ୟ ଦେଖିବାକୁ ମିଳିସାରିଛି ।