ଅନ୍ଧବିଶ୍ୱାସୀ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଫାପ ଡୁପଲେସିସ । ଭାରତ ବିପକ୍ଷରେ ଟସ ଜିତିବାକୁ ପଡିଆକୁ ଆଣିଲେ ପ୍ରକ୍ସି ଅଧିନାୟକ

ତଥାପି ହାରିଲେ ଟସ୍; ବିରାଟ ଦେଲେ ସାନ୍ତ୍ୱନା

3,784

କନକ ବ୍ୟୁରୋ: ପଡିଆ ବଦଳିଲା । ଟସ୍ ପାଇଁ ଆସିଲେ ପ୍ରକ୍ସି କ୍ୟାପଟେନ ଟେମ୍ଭା ବାଭୁମା । ତଥାପି ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକାର ଭାଗ୍ୟ ବଦଳିଲାନି । ପୁଣି ଥରେ କୋହଲିଙ୍କ ବିପକ୍ଷରେ ଟସ୍ ହାରିଲେ ଫାଫ୍ ଡୁପ୍ଲେସିସ୍ । ଗତ ଦୁଇଟି ଯାକ ମ୍ୟାଚରେ ଟସ୍ ହାରିଥିଲା ଭ୍ରମଣକାରୀ ଟିମ୍ । ଆଶା ରହିଥିଲା ଡୁପ୍ଲେସିସ୍ ଆଜି ସାଙ୍ଗରେ ଜଣେ ପ୍ରକ୍ସି କ୍ୟାପଟେନଙ୍କୁ ଆଣି ଟସ୍ ସମୟରେ କୋହଲିଙ୍କ ପାଖରେ ଠିଆ କରାଇଥିଲେ । ଟସ୍ ପାଇଁ କଏନ୍ ଉପରକୁ ଫିଙ୍ଗିଲେ କୋହଲି । ଏତିକିବେଳେ ଡୁପ୍ଲେସିସଙ୍କ ଆଶା ଥିଲା ଏଥର ପ୍ରକ୍ସି କ୍ୟାପଟେନ୍ ଟେମ୍ଭା ବାଭୁମା ଦକ୍ଷିଣ ଆଫ୍ରିକା ପାଇଁ ଟସ୍ ଜିତାଇବେ ବୋଲି । ହେଲେ ସେଭଳି କିଛି ବି ଘଟିଲାନି ।

ରାଂଚି ଟେଷ୍ଟରେ ପୁଣି ଟସ୍ ଜିତିଲେ କୋହଲି । ଟସ୍ ହାରିଥିବା ଟେମ୍ଭା ବାଭୁମାଙ୍କ ପିଠିକୁ ଏତିକି ବେଳେ ଥାପୁଡାଇ ମୁରୁକି ହସ ଦେଇଥିଲେ । ତେବେ ଟସ୍ ପାଇଁ ଡୁପ୍ଲେସିସ୍ଙ୍କ ଏପରି ବ୍ୟବହାରକୁ ଅନେକ ଅନ୍ଧ ବିଶ୍ୱାସ ବୋଲି କହୁଛନ୍ତି । କାରଣ ଏସିଆ ମହାଦେଶରେ କ୍ରମାଗତ ୯ ଥର ଟସ୍ ହାରି ସାରିଲାଣି ଦକ୍ଷିଣ ଆଫ୍ରିକା । ଗତକାଲି ସାଂବାଦିକ ସମ୍ମିଳନୀରେ ଏନେଇ ଇସାରା କରିବାକୁ ଯାଇ ଡୁପ୍ଲେସିସ୍ କହିଥିଲେ କି ଟସ୍ ଜିତିଲେ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ । ସେଥିପାଇଁ ଆପଣାଥିଲେ ଏପରି ଅନ୍ଧବିଶ୍ୱାସର ବାଟ । ହେଲେ ଭାଗ୍ୟ ସାଥ୍ ଦେଲାନି ।