ସମସ୍ତଙ୍କୁ ପଛରେ ପକାଇଲେ ବିରାଟ୍ : କ୍ୟାପଟେନ୍ କୋହଲିଙ୍କୁ ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତା

26

କନକ ବ୍ୟୁରୋ :  ଟିମ ଇଣ୍ଡିଆର ବିରାଟ କୋହଲି ପୁଣି ଏକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟର ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି କ୍ୟାପଟେନ୍ କୋହଲି । ସଦ୍ୟ ପ୍ରକାଶିତ ଆଇସିସିର ଟେଷ୍ଟ ରାଙ୍କିଙ୍ଗରେ କୋହଲି ଷ୍ଟିଭ ସ୍ମିଥକୁ ପଛରେ ପକାଇ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଉ ହୋଇଛନ୍ତି ନଂ ୱାନ ଖେଳାଳି ।

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ପାଇଁ ବର୍ମିଂହମ୍ ଟେଷ୍ଟରେ ପରାଜୟ ହୋଇଥିଲେ ବି ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ବିରାଟ କୋହଲି । ଉଭୟ ଇନିଂସରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ବିରାଟ । ପ୍ରଥମ ଇନିଂସରେ ୧୪୯ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ୫୧ ରନ ହାସଲ କରିଥିଲେ । ଏପଟେ ଆଇସିସି ଟେଷ୍ଟ ରାକିଂରେ ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ । ନିଜ କ୍ୟାରିଅରରେ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି ବିରାଟ ।

virat-kohli-century-afp_806x605_41501306605

ଶେଷ ଥର ପାଇଁ ୨୦୧୧ରେ ସଚିନ ତେନ୍ଦୁଲକର ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ରେଟିଂରେ ଦକ୍ଷିଣ ଆଫ୍ରିକାର ଜେକ୍ କ୍ୟାଲିସଙ୍କ ସହ ମିଳିତ ଭାବେ ଏକ ନମ୍ବର ହୋଇଥିଲେ । ତାହା ପରଠାରୁ କୌଣସି ଭାରତୀୟ ଏହି ସଫଳତା ପାଇପାରି ନଥିଲେ । ଚଳିତ ବର୍ଷ ଏହି ସଫଳତା ହାସଲ କରିଛନ୍ତି ବିରାଟ କୋହଲି । ଏହା ସହ ଏହି ସଫଳତା ପାଇବାରେ ସେ ୧୧ତମ ଭାରତୀୟ ଖେଳାଳି ହୋଇଛନ୍ତି ।

ବର୍ମିଂହମ୍ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଉଭୟ ଇନିଂସରେ ମୋଟ ୪୩୬ ରନ କରିଥିବା ବେଳେ ଏଥିରୁ କେବଳ କୋହଲି ଏକାକୀ ୨୦୦ ରନ କରିଥିଲେ । ତେବେ କାହାରି ସାଥିରେ କୋହଲିଙ୍କ ଲମ୍ବା ପାର୍ଟରସିପ୍ ହୋଇ ପାରି ନଥିଲା । ଦଶମ ଉଇକେଟ ପାଇଁ ଉମେଶ ଯାଦବ ଓ କୋହଲିଙ୍କ ମଧ୍ୟରେ ସବୁଠାରୁ ବଡ ଭାଗିଦାରୀ ଭାବେ ୫୭ ରନ୍ କରିପାରିଥିଲେ । ଶେଷରେ ଭାରତକୁ ବିଜୟ ହାତ ଛଡା କରିବାକୁ ପଡିଥିଲା ଏବଂ ମାତ୍ର ୩୧ ରନରେ ଭାରତ ହାରିଥିଲା ପ୍ରଥମ ଟେଷ୍ଟ । କିନ୍ତୁ ଇଂଲଣ୍ଡ ମାଟିରେ କୋହଲିଙ୍କ ପ୍ରଦର୍ଶନ ସମସ୍ତଙ୍କ ପାଖରୁ ପ୍ରଶଂସା ସାଉଁଟି ଥିଲା ।