ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବେନି ବିରାଟ ଓ ବୁମରାହ । ବିସିସିଆଇ ଦେଲା ବିଶ୍ରାମ

3,397

କ୍ୟାପଟେନ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବିଶ୍ରାମ ଦେବାକୁ ନିଷ୍ପତି ନେଇଛି ବିସିସିଆଇ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରୁ ଏହି ଦୁଇ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ୩ ଅଗଷ୍ଟରୁ ଏହି ସିରିଜ ଆରମ୍ଭ ହେବ । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚରେ ଉଭୟ ଖେଳାଳିଙ୍କୁ ସୁଯୋଗ ମିଳିବ । ବିଶ୍ୱ ଚାମ୍ପିୟନସିପରେ ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ଅଗଷ୍ଟ ୩ରୁ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ ଅଭିଯାନ ଆରମ୍ଭ କରିବ । ଆଉ ଏହି ଗସ୍ତ ସମୟରେ ବିଶ୍ୱ ଚାମ୍ପିୟନସିପ ଅଧିନରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ ଭାରତ । ତେବେ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଉଭୟ ଟି-୨୦ ଓ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ ।

ବିସିସିଆଇର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବିକ, ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରଠାରୁ ଲଗାତାର ମ୍ୟାଚ୍ ଖେଳି ଆସୁଛନ୍ତି । ସେହିଭଳି ବୁମରାହ ମଧ୍ୟ ଲଗାତାର କ୍ରିକେଟ ଖେଳୁଛନ୍ତି । ତେଣୁ ଏହି ଦୁଇ ଖେଳାଳିଙ୍କୁ ବିଶ୍ରାମ ଦିଆଯିବାକୁ ନିଷ୍ପତି ନିଆଯାଇଛି । ସେହିଭଳି ବିଶ୍ୱକପ ପରେ ମଧ୍ୟ କିଛି ଅନ୍ୟ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବସିସିଆଇ ।