ଜଣେ ଯୁବକଙ୍କୁ ଦୁଇ ପ୍ରେମିକା ମାଡ଼ ମାରୁଥିବା ଘଟଣା ! ମହିଳା ଥାନାରେ ୧୬୧ ଧାରାରେ ୨ ଯୁବତୀଙ୍କ ବୟାନ ରେକର୍ଡ

34

କନକ ବ୍ୟୁରୋ : ଜଣେ ଯୁବକଙ୍କୁ ଦୁଇ ପ୍ରେମିକା ମାଡ଼ ମାରୁଥିବା ଘଟଣା । ଭିଡିଓରେ ଥିବା ଦୁଇ ଯୁବତୀଙ୍କ ଆଜି ବୟାନ ରେକର୍ଡ କରିଛି ପୋଲିସ । ମହିଳା ଥାନାରେ ଧାରା ୧୬୧ ଅନୁଯାୟୀ ଦୁଇ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । ଶାରୀରିକ ସମ୍ପର୍କ ରଖି ସଂପୃକ୍ତ ଯୁବକ ଧୋକା ଦେଇଥିବା ଦୁଇ ଯୁବତୀ ବୟାନରେ ଅଭିଯୋଗ କରିଛନ୍ତି । ଗତ ୩ ଦିନ ମଧ୍ୟରେ ଦୁଇ ଦୁଇଟି ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସୋମବାରଦିନ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଯୁବକଙ୍କୁ ଦୁଇଜଣ ଯୁବତୀ ବାଡଉଥିବା ଭିଜୁଆଲ ଭାଇରାଲ ହୋଇଥିଲା । ପରେ ଭାଇରାଲ୍ ଭିଡିଓରେ ଆସିଥିଲା ନୂଆ ଟୁଇଷ୍ଟ୍ ।

ଦୁଇ ଯୁବତୀଙ୍କଠାରୁ ମାଡ଼ ଖାଇଥିବା ଯୁବକ ପହଂଚିଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ । ବଳପୂର୍ବକ ବିବାହ କରିବାକୁ ଚାହୁଁଥିଲେ ଯୁବତୀ କିନ୍ତୁ ମନା କରିବାରୁ ସେ ଭିଡିଓ କରି ଭାଇରାଲ୍ କରିଥିବା ଅଭିଯୋଗ କରିଥିଲେ ଯୁବକ ଜଣକ । ଏହି ଭିଡିଓ ଦ୍ୱାରା ତାଙ୍କ ସମ୍ମାନହାନୀ ହୋଇଛି ବୋଲି କହିବା ସହ ସଂପୃକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ ଯୁବକ । ଗତକାଲି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଦ୍ୱିତୀୟ ଭିଡିଓରେ ସଂପୃକ୍ତ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ଅନ୍ୟଜଣେ ପ୍ରେମିକ ନିସ୍ତୁକ ମାଡ ମାରିଥିଲେ ।  ଏବେ ଉକ୍ତ ଭାଇରାଲ ଭିଡ଼ିଓ ଆଉ କେଉଁ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା ।