ଜୋରଦାର ଭାଇରାଲ ହେବାରେ ଲାଗିଛି ‘ବଚପନ କା ପ୍ୟାର’ ଗୀତ : ୨ ବର୍ଷ ତଳର ଭିଡ଼ିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ଭାଇରାଲ୍ ବଏ

101

କନକ ବ୍ୟୁରୋ : ଜୋରଦାର ଭାଇରାଲ ହେବାରେ ଲାଗିଛି ‘ବଚପନ କା ପ୍ୟାର’ ଗୀତ । ସମସ୍ତେ ନିଜ ନିଜ ଢଙ୍ଗରେ ଏହି ଗୀତକୁ ଗାଇ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପ୍ରଥମେ ଛତିଶଗଡର ସହଦେବ ଡିରଡୋ ନାମକ ଜଣେ ପିଲା ଏହି ଗୀତ ଗାଇଥିଲେ, ଯାହାର ଭିଡିଓ ବେଶ ଭାଇରାଲ ହୋଇଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ରେ ଶ୍ରେଣୀଗୃହରେ ପିଲା ଜଣକୁ ଗୀତ ଗାଇବା ପାଇଁ ତାଙ୍କ ଶିକ୍ଷକ କହିଥିଲେ ଆଉ ସହଦେବ ଏହି ଗୀତ ଗାଇଥିଲେ ଯାହାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ ତାଙ୍କ ଶିକ୍ଷକ । ଏବେ ତାହା ଭାଇରାଲ ହେବାରେ ଲାଗିଛି ।