ପୋଲିସ ନଜରରେ ଭାଇରାଲ ଭିଡିଓର ଅଦୃଶ୍ୟ ଅପରାଧୀ ! କିଏ ଭାଏରାଲ କରିଛି ଭିଡିଓ ? ପ୍ରଶ୍ନ ଘେରରେ ଭିଡିଓରେ ଥିବା ଯୁବତୀ

36

କନକ ବ୍ୟୁରୋ : ଦିନ ଦିନକୁ ଅଧିକ ରହସ୍ୟଭିତରକୁ ଚାଲିଯାଉଛି ଚାନ୍ଦବାଲି ଭାଇରାଲ ଭିଡିଓ । କୁଆଖାଇ ହତ୍ୟା ଘଟଣାରେ ଏହାର ଲିଙ୍କ ବାହାରିବା ପରେ ଅଧିକ ଜଟିଳ ହୋଇଛି ମାମଲା । ଏପଟେ ଏବେ ବି ଭାଇରାଲ ହେଉଛି ଭିଡିଓ । ଚର୍ଚ୍ଚା ହେଉଛି ପୁଲିସ ତଦନ୍ତକୁ ଦିଗହରା କରୁଛି ଅଦୃଶ୍ୟ ଖଳନାୟକ! ଯାହା ସୃଷ୍ଟି କରୁଛି ଅନେକ ପ୍ରଶ୍ନ । ପୁଲିସ ତଦନ୍ତକୁ ଦିଗହରା କରୁଛି ଅଦୃଶ୍ୟ ଖଳନାୟକ! ଯିଏ କି ନା ସ୍କାନରକୁ ଆସୁଛି ନା କୌଣସି ପ୍ରମାଣ ବି ଛାଡୁଛି । ପରଦା ପଛରେ ରହି ଅତି ଚତୁରତାର ସହ ତୃତୀୟ ବ୍ୟକ୍ତି ଗୋଟି ଚାଳନା କରୁଥିବାର ଅନୁମାନ କରାଯାଉଛି । ଯାହାର ଗୋଟିଏ ହ୍ୱାଟସଆପ୍ ମେସେଜ ପୁରା ଚାନ୍ଦବାଲିରେ ଚାଂଚଲ୍ୟ ଖେଳାଇ ଦେଇଛି ।

ହ୍ୱାଟସଆପ୍ ମେସେଜରେ ଯୁବତୀଙ୍କ ବାବଦରେ ଲେଖାଯିବା ସହ ତାଙ୍କର ଠିକଣା ବି ରହିଛି । ମେସେଜରେ ରହିଛି ୮ଟିରୁ ଅଧିକ ପର୍ଣ୍ଣ ସାଇଟର ଲିଙ୍କ୍ । ଆଉ ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ଦେଖିବାକୁ ମିଳୁଛିି ମୃତ ଉନ୍ମୟ ଓ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଶହ ଶହ ଭିଡିଓ । ଏହା ପଛରେ କଣ ଥାଇପାରେ ଉଦ୍ଦେଶ୍ୟ ? ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗରେ ଉନ୍ମୟ ଜେଲଦଣ୍ଡ ଭୋଗିଥିଲେ । ହେଲେ ଉନ୍ମୟଙ୍କ ମୃତ୍ୟୁ ପରେ କେମିତି ଭିଡିଓ ଭାଇରାଲ ହେଉଛି ? ଅଦୃଶ୍ୟ ଖଳନାୟକ ଜଣକ କାହିଁକି କରୁଛି ଶତାଧିକ ଭିଡିଓକୁ ଭାଇରାଲ୍ ? ସେ ଦିଗରେ ତଦନ୍ତ କରୁଛି ପୁଲିସ ।

viral video

ତେବେ ବଡ ଦିଗ ସାମ୍ନାକୁ ଆସିଛି, ମୃତ ଉନ୍ମୟଙ୍କ ପାଦରେ ଅଳତା ଓ ଯୁବତୀଙ୍କ ହାତରେ ମେହେନ୍ଦିକୁ ନେଇ । ଯାହାକୁ ନେଇ ନୂଆ ନୂଆ ଥିଓରୀ ଏବେ ପୁରା ହତ୍ୟାକାଣ୍ଡକୁ ରହସ୍ୟାବୃତ କରୁଛି । ହତ୍ୟାକୁ ୧୦୦ ଘଂଟା ବିତିଥିଲେ ବି ପୋଲିସ ହାତରେ ଲାଗିନି ଠୋସ୍ ସୁରାଗ । ତେବେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ ହିଁ ଅଦୃଶ୍ୟ ସଇତାନର ସୁରାକ ଦେଇ ପାରିବେ ବୋଲି ପୁଲିସ ସନ୍ଦେହ କରୁଛି ।