ପ୍ରବଳ ଥଣ୍ଡାରେ ସ୍କୁଲ ଯାଉଥିବା ଜଣେ ଚୀନ୍ ଛାତ୍ରର ଫଟୋ ଭାଇରାଲ୍ ! ଭୟାନକ ଶୀତରେ ଗାଲ ଲାଲ ହେବା ସହ ମୁଣ୍ଡରେ ଜମିଛି ବରଫ

54

ହାଡ଼ଭଙ୍ଗା ଶୀତରେରେ ବି କମିନି ପାଠପଢ଼ା ସ୍ପୃହା । ପ୍ରବଳ ଥଣ୍ଡାରେ ଚୀନର ଜଣେ ବାଳକ ସ୍କୁଲ ଯାଉଥିବାବେଳେ ତା’ ମୁଣ୍ଡରେ ହିଁ ବରଫ ଜମିଯାଇଛି । ତଥାପି ସ୍କୁଲ ଯିବା ବନ୍ଦ କରିନି ଉକ୍ତ ବାଳକ । ଚୀନୀ ବାଳକ ଜଣକ ପ୍ରାୟ ସାଢ଼େ ଚାରି କିମି ଚାଲି ଚାଲି ସ୍କୁଲ ଯାଉଥିବାର ଫଟୋ ଭାଇରାଲ ହୋଇଛି । ଫଟୋ ସାମ୍ନାକୁ ଆସିବା ପରେ ଚୀନର ଗ୍ରାମୀଣ ଅଂଚଳରେ ପିଲାଙ୍କ ଉପରେ ଦାରିଦ୍ରର ପ୍ରଭାବକୁ ନେଇ ଅନେକ ତର୍କବିତର୍କ ଚାଲିଛି । ଚୀନର ସରକାରୀ ମିଡ଼ିଆ ଅନୁସାରେ ଆଠ ବର୍ଷୀୟ ୱାଙ୍ଗ୍ ଫୁମୈନ୍ ଦକ୍ଷିଣ ପଶ୍ଚିମ ପ୍ରାନ୍ତରୁ ଏକ ସ୍କୁଲରେ ପାଠ ପଢ଼େ । ଆଉ ତା’ର ସ୍କୁଲ ଘର ଠାରୁ ସାଢ଼େ ଚାରି କିଲୋମିଟର ଦୂର । ସୋସିଆଲ ମିଡ଼ିଆରେ ତା’ର ଏକ ଫଟୋ ଭାଇରାଲ ହେବା ପରେ ଲୋକେ ସହଯୋଗ ପାଇଁ ଆଗଭର ହେଉଛନ୍ତି ।

ୱାଙ୍ଗର ଫଟୋ ଉଠାଇଥିବା ଶିକ୍ଷକ କହିଛନ୍ତି, ନିଜ ଘରୁ ସାଢ଼େ ୪ କିମି ରାସ୍ତା ଅତିକ୍ରମ କରି ସ୍କୁଲ ପହଞ୍ଚୁଛି । ଆଉ ଏଥିପାଇଁ ତାକୁ ଲାଗୁଛି ୩ ଘଂଟା ସମୟ । ଫଟୋ ଯେଉଁଦିନ ଉଠାଇଯାଇଛି ସେଦିନ ତାପମାତ୍ରା ୦ ଡିଗ୍ରୀରୁ ମଧ୍ୟ କମ୍ ଥିଲା । ଅନ୍ୟ ଫଟୋ ଗୁଡ଼ିକରେ ୱାଙ୍ଗର ହାତ ଥଣ୍ଡାରେ ଲାଲ ହୋଇଯାଇଛି । ୱାଙ୍ଗର ଫଟୋ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆସୁଛି । ୱାଙ୍ଗର ଫଟୋ ଦେଖି ଅନେକ ଲୋକ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି । ଖବର ଅନୁସାରେ ଇଣ୍ଟରନେଟ୍ ୟୁଜର ୱାଙ୍ଗ୍ ଓ ଉକ୍ତ ଅଂଚଳର ଅନ୍ୟ ସ୍କଲ ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଅନୁସାରେ ସବୁ ଛାତ୍ରଙ୍କୁ ପାଖାପାଖି ୫୦୦୦ ଟଙ୍କା ମିଳିବ । ପାଂଚ ବର୍ଷ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ସି ଜିନିପିଙ୍ଗ ପ୍ରତିଶ୍ରୁତି ଦେଇଥିଲେ ୦୨୦ ପର୍ଯ୍ୟନ୍ତ ଦେଶକୁ ଗରିବମୁକ୍ତ କରିବେ । ତେବେ ୱାଙ୍ଗଙ୍କ ଏହି ଫଟୋ ଭାଇରାଲ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।