କଳାଧନ ପଠାଇବାର ନୂଆ ତରିକା ! ବ୍ୟାଙ୍କ କିମ୍ବା ସୁଟକେଶରେ ନୁହେଁ, ଚାଟାର୍ଡ ପ୍ଲେନରେ ଟଙ୍କା ଭର୍ତ୍ତି କରି ବିଦେଶକୁ ପଠାଯାଉଛି ଦେଶର ଟଙ୍କା । ଜାଣନ୍ତୁ କେଉଁମାନେ ଏଭଳି କରୁଛନ୍ତି

31

କୁଆଡେ ଗଲା କଳାଧନ । ଏଭଳି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ କଳାଧନ ଗୁଡିକ ବିଦେଶକୁ ଯାଉଛି ବୋଲି ସାଧାରଣ ଲୋକ ଭାବିଥାନ୍ତି । କିନ୍ତୁ ଏଭଳି ଏକ ସତ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପୁରୁଣା ହିନ୍ଦି ଫିଲ୍ମ ଭଳି ଭିଭିଆଇପି ଚାଟାର୍ଡ ପ୍ଲେନରେ ବିଦେଶକୁ କଳାଧନ ଯାଉଥିବା ସନ୍ଦେହ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ । ଏପରିକି କିଛି ବିଦେଶୀ ଗୁଇନ୍ଦା ସଂସ୍ଥା ଭାରତୀୟ ଏଜେନ୍ସିକୁ କହିଛି ଯେ, ଭାରତରୁ ଟଙ୍କା ଗୁଡିକ ଚାଟାର୍ଡ ପ୍ଲେନ ମାଧ୍ୟମରେ ବିଦେଶକୁ ପଠାଯାଉଛି । ବ୍ୟବସାୟୀ ଉପେନ୍ଦ୍ର ରାୟଙ୍କୁ ଗିରଫ ପରେ ଏଭଳି ସନ୍ଦେହ ଜାତ ହୋଇଛି ।

ଯାଞ୍ଚ ଏଜେନ୍ସି ଉପେନ୍ଦ୍ର ରାୟଙ୍କୁ ଜେରା କରିବା ପରେ ତାଙ୍କ ପାଖରୁ ଏରୋଡ୍ରମ ପାସ୍ ମିଳିଥିଲା ଯାହା ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ଦ୍ୱାରା ଜାରି କରାଯାଇଛି । କିନ୍ତୁ ଏହି ପାସକୁ ଉପେନ୍ଦ୍ର ରାୟ ବେଆଇନ ଭାବେ ହାତେଇଥିଲେ । ଏହି ପାସ ଜରିଆରେ ଉପେନ୍ଦ୍ର ରାୟ ଦେଶର କୌଣସି ବିମାନବନ୍ଦରରେ ଚାଟାର୍ଡ ପ୍ଲେନରେ ଉଡାଣ ଭରି ପାରିବେ । ତେବେ ଯାଞ୍ଚ ଏଜେନ୍ସି ଏଯାଏଁ ସ୍ପଷ୍ଟ କରିନାହାନ୍ତି ଯେ, ଏହି ପାସ୍ ହାତେଇବା ପଛରେ ଉପେନ୍ଦ୍ର ରାୟଙ୍କର କଣ ଉଦ୍ଦେଶ୍ୟ ଥିଲା । ଗତ ସପ୍ତାହରେ ଉପେନ୍ଦ୍ର ରାୟଙ୍କର ୨୬ କୋଟି ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଯାଞ୍ଚ ଏଜେନ୍ସିର ସନ୍ଦେହ ଅନୁଯାୟୀ, ଇଞ୍ଜିନିୟରଙ୍କ ସହାୟତାରେ ଚାଟାର୍ଡ ପ୍ଲେନରେ ଟଙ୍କା ଲୁଚାଇ ନିଆଯାଉଥିଲା । ଏପରିକି ଭିଆଇପି ପ୍ଲେନକୁ ବେଶି ଯାଞ୍ଚ କରାଯାଇନଥାଏ । ତେଣୁ ବେଶ ସହଜରେ ଟଙ୍କା ଗୁଡିକୁ ବିଦେଶକୁ ନିଆଯାଇଥାଏ । ଯାଞ୍ଚକର୍ତ୍ତାଙ୍କ କହିବା ଅନୁଯାୟୀ, ଉପେନ୍ଦ୍ର ରାୟଙ୍କର ଏୟାରୱାନ କମ୍ପାନି ସହ ସର୍ମ୍ପକ ରହିଥିଲା । ଯାହାଫଳରେ ଅନେକ ସମୟରେ ଏହି ଚାଟାର୍ଡ ପ୍ଲେନ ଗୁଡିକ ଦୁବାଇରେ ଅଧିକ ସମୟରେ ରହୁଥିଲା । ଏପରିକି ଯାଞ୍ଚରୁ ବଞ୍ଚିବ ା ପାଇଁ ଏହି ଚାଟାର୍ଡ ପ୍ଲେନ ଗୁଡିକ ଦୁବାଇର ଛୋଟ ଛୋଟ ବିମାନବନ୍ଦରରେ ରଖାଯାଇଥାଏ । ଏପରିକି ଅନେକ ସମୟରେ ଏହି ଚାଟାର୍ଡ ପ୍ଲେନ ଗୁଡିକ ଋଷରେ ମଧ୍ୟ ଲ୍ୟାଣ୍ଡିଂ କରିଥାଏ ।