ବେଦାନ୍ତର ଯାମକାନି କୋଇଲା ଖଣି କାମକୁ ଜୋରଦାର ବିରୋଧ, ବିସ୍ଥାପିତ ଓ ପୋଲିସ ମୁହାଁମୁହିଁ । 

69

କନକ ବ୍ୟୁରୋ:  ପ୍ରବଳ ଉତ୍ତେଜନା ମଧ୍ୟରେ ଆରମ୍ଭ ହୋଇଛି ବେଦାନ୍ତର ସୁନ୍ଦରଗଡ ଯାମକାନି କୋଇଲା ଖଣି କାମ । ବିସ୍ଥାପିତମାନେ ଖଣିକାମକୁ ପ୍ରବଳ ବିରୋଧ କରିଛନ୍ତି । ବିସ୍ଥାପିତ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୁଲିସ ଲାଠି ଚାଳନା କରିବା ସହ ବିସ୍ଥାପିତଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଫଳରେ ୧୭ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକଏହି ଖଣିକୁ ଆନ୍ଦୋଳନକାରୀମାନେ ପ୍ରଥମରୁ ବିରୋଧ କରିଆସୁଛନ୍ତି ।

ପୂର୍ବରୁ ଏହି କୋଇଲା ଖଣି ଭୂଷଣ କମ୍ପାନୀକୁ ଆବଣ୍ଟନ ହୋଇଥିଲା । ଭୂଷଣ କମ୍ପାନୀ ଜମି ଅଧିଗ୍ରହଣ କରିଥିଲା, କିନ୍ତୁ ପରେ ଏଥିରୁ ଓହରିଯାଇଥିଲା । ପରେ ବେଦାନ୍ତ କମ୍ପାନୀକୁ ଏହାକୁ ଆବଣ୍ଟନ କରାଯାଇଥିଲା । ଖଣି କାର୍ଯ୍ୟରେ ବିଳମ୍ବ ରୋକିବାକୁ କମ୍ପାନୀ ପକ୍ଷରୁ ଆହୁରି ୬ଲକ୍ଷ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ସେପଟେ ବିସ୍ଥାପତିମାନେ ଦାବି କରିଆସୁଥିଲେ ଯେ, ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ଦିଆଯାଉ । ଆର୍ଥିକ ବିକାଶ ପାଇଁ ଖଣି କାମ ଯେତିକି ଜରୁରୀ, ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସେତିକି ଜରୁରୀ ହୋଇପଡ଼ିଛି ।