ପାଣି ପାଇଁ ଗୋଷ୍ଠୀ ସଂଘର୍ଷ :ଦୁଇ ଗାଁ ମୁହାଁମୁହିଁ, ୩୦ ଆହତ, ୬ ଗୁୁରୁତର ମେଡିକାଲରେ ଭର୍ତ୍ତି

76

କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ହିଁ ପିଇବା ପାଣିକୁ ନେଇ ଖଣ୍ଡଯୁଦ୍ଧ । ପିଇବା ପାଣିକୁ ନେଇ ୨ ଗାଁ ମଧ୍ୟରେ ସଂଘର୍ଷ ହେବା ସହ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣ ଗୁରୁତର ହୋଇ ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ନବରଙ୍ଗପୁର ରାଇଘର ବ୍ଲକରେ ଦୁଇ ଗାଁ ମଧ୍ୟରେ ପାଣିକୁ ନେଇ ବିବାଦ ଦେଖା ଦେଇଛି । ଅପରପକ୍ଷରେ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ଥାନା ଅଧିକାରୀ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।