ଦଶ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା । ସିଡିପିଓଙ୍କ ନିକଟରେ ହେଲେ ଫେରାଦ ହେବା ପରେ ଚାନ୍ଦା ଆଦାୟ କରି ଗଛମୂଳରେ ପ୍ରାକ୍ ଶିକ୍ଷା କେନ୍ଦ୍ର ଖୋଲିଲେ ଗାଁ ଲୋକେ

89

କନକ ବ୍ୟୁରୋ: ଦଶ ଦିନ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା । ସମସ୍ୟାର ସମାଧାନ ହୋଇନପାରିବାରୁ ଚାନ୍ଦା ଆଦାୟ କରି ଗ୍ରାମବାସୀ ଗାଁର ଗଛ ତଳେ ଖୋଲିଲେ ଗ୍ରାମ୍ୟ ପ୍ରାକ୍ ଶିକ୍ଷା କେନ୍ଦ୍ର । ଏ ହେଉଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ସେମିରିଅଟାଳ ଗାଁର ଚିତ୍ର ।

ଗାଁ ପିଲା ବଡ ହୋଇ ଗାଁ ଲୋକଙ୍କ ପରି ଦାଦନ ଖଟିବାକୁ ନ ଯାନ୍ତୁ । ପାଠ ପଢି କିଛି ଗାଁ ପାଇଁ ଭଲ କାମ କରନ୍ତୁ । ଏହି ଆଶା କରି ଗାଁ ଲୋକ ଗାଁର ୩୫ ଛୋଟ ଛୋଟ ପିଲାଙ୍କ ପାଇଁ ନିଜ ଭିତରେ ଚାନ୍ଦା ଆଦାୟ କରି ଆବଶ୍ୟକ ବହି ପତ୍ର କିଣି ପାଠ ପଢ଼ାଉଛନ୍ତି । ଆଉ ଗାଁର ମହିଳା ସାଜିଛନ୍ତି ଶିକ୍ଷକ । ପିଲାମାନେ ମଧ୍ୟ କାନ୍ଧରେ ବହି ବସ୍ତାନି ଧରି ଧାଡ଼ି ବାନ୍ଧି ପାଠ ପଡ଼ିବାକୁ ଯାଉଛନ୍ତି ଗାଁର ଛୋଟ ଛୋଟ ପିଲା । ଅଙ୍ଗନବାଡ଼ି କର୍ମୀ ନିଜ ଦାୟିତ୍ୱରେ ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହାପରେ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ଛୋଟ ପିଲାଙ୍କ ପାଇଁ ଏପରି ଏକ ଶିକ୍ଷା କେନ୍ଦ୍ର ଖୋଲିଛନ୍ତି । ୨ ମାସ ଧରି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ପରେ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।