କାଠ ଚୋରୀ କଲେ ବୋଲି . . . ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ମାଡ଼ । ବାଡେଇବାକୁ ହାତ ଗଲା କିପରି ?

55

କନକ ବ୍ୟୁରୋ: ସୀମା ଟପିଗଲା ବର୍ବରତା । ବାଲେଶ୍ୱର ସୋର ବ୍ଲକ ସାଜନପୁର ଗାଁରୁ ଆସିଛି ନିର୍ଯାତନାର ନୂଆ ଚିତ୍ର । ଜଣେ ନାବାଳିକାକୁ ଘୋଷାଡି ଘୋଷାଡି ସଂଘବଦ୍ଧ ଭାବେ ମାରିଛନ୍ତି ଗ୍ରାମବାସୀ । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ସାମାନ୍ୟ କାଠ ଖଣ୍ଡେ ପାଇଁ ମାନସିକ ଭିନ୍ନକ୍ଷମ ନାବାଳିକାକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମରାଯାଇଛି ।

ସୂଚନା ମୁତାବକ, ବାଲେଶ୍ୱର ସୋର ବ୍ଲକ ସାଜନପୁର ଗାଁ କାର୍ତ୍ତିକ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କ ଝିଅ ରଚନା ଜଣେ ମାନସିକ ବିକାରଗ୍ରସ୍ତ । ତେବେ ସେ ସଜନପୁର ଗ୍ରାମର ବିପିନ ସାହୁଙ୍କ ବାଡିରୁ ତିନିଦିନ ପୂର୍ବରୁ କାଠ ଚୋରି କରିଥିବା ଗ୍ରାମବାସୀ କହିଥିଲେ । ତେବେ ଏହି ଘଟଣାକୁ ନେଇ ବିପିନ୍ ସାହୁଙ୍କ ପୁଅ ଓ ସ୍ତ୍ରୀ ରଚନାର ଗୋଡ ହାତକୁ ଏକ ଗଛରେ ବାନ୍ଧି ନସ୍ତୁକମାଡ ମାରିଥିଲେ ।

ବଡ ଦୁର୍ଭାଗ୍ୟର କଥା ହେଲା କି ଘଟଣାସ୍ଥଳରେ ଉପସ୍ଥିତ ଥିବା ଗାଁ ଲୋକ ଏହି ଅମାନୁଷିକ କାଣ୍ଡକୁ ବିରୋଧ କରିବା ପରିବର୍ତ୍ତେ ଏହି ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରୁଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ କୌଣସି ଅଭିଯୋଗ ଆସିନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।