କନକ ବ୍ୟୁରୋ : ଭାରତବର୍ଷରେ ଆମେ ଦୁଇ ଆମର ଦୁଇ ନାରା ଦେବା ପରେ ବି ଜନସଂଖ୍ୟା ଆଶାତୀତ ଭାବେ ବଢିଚାଲିଛି । ଏହାସହ ଭାରତୀୟ ସମ୍ବିଧାନ ମୁତାବକ ଗୋଟିଏ ପତ୍ନୀ ଥିଲେ ପୁରୁଷ ଜଣଙ୍କ ଦ୍ୱିତୀୟ ବିବାହ କରିବା ବେଆଇନ । ହେଲେ ଆମେ ଏମିତି ଜଣେ ଲୋକଙ୍କ କଥା କହିବାକୁ ଯାଉଛୁ କି, ଏଠାରେ ଜଣେ ପୁରୁଷ ନିଜର ୧୫ ଜଣ ପତ୍ନୀଙ୍କ ସହ ଗାଁରେ ରହୁଛନ୍ତି । ଏହାସହ ତାଙ୍କର ମୋଟ ୧୦୭ ଟି ପିଲା ମଧ୍ୟ ଅଛନ୍ତି ।

Advertisment

୬୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି କି, ସେ ରାଜା ସୁଲେମାନଙ୍କ ଭଳି । ଯାହାଙ୍କ ପାଖରେ ୭୦୦ ପତ୍ନୀଥିଲେ । ଏହି ବ୍ୟକ୍ତିଙ୍କ ନାମ ଡେବିଡ୍ ସଫାୟୋ କଲୁହାନା ଓ ସେ ପଶ୍ଚିମ କେନିଆର ବାସିନ୍ଦା । ଆଫ୍ରିମାକ୍ସ ଇଂଗ୍ରାଜୀ ପତ୍ରିକା ସହ ସାକ୍ଷାତକାର ବେଳେ ଡେବିଡ ଦାବି କରିଛନ୍ତି କି ତାଙ୍କ ମସ୍ତିସ୍କ ଏତେ ତୀବ୍ର ଯେ ଏହାକୁ ମ୍ୟାନେଜ କରିବା ଜଣେ ପତ୍ନୀଙ୍କ ଦ୍ୱାରା ସମ୍ଭବ ନୁହେଁ । ଏହି କାରଣରୁ ସେ ଏକାଧିକ ବିବାହ କରିଥିବା କଥା କହିଛନ୍ତି ।

ଡେଭିଡ ତାଙ୍କ ସାକ୍ଷାତକାରରେ ଆହୁରି କହିଛନ୍ତି କି, ୧୫ ସ୍ଥାନରେ ତାଙ୍କ ପାଖରେ ଯଦି ୨୦ ଜଣ ପତ୍ନୀ ଥାନ୍ତେ ତେବେ ତାଙ୍କୁ ଆହୁରି ସହଜ ହୋଇଥାନ୍ତା । ରାଜା ସୁଲେମାନଙ୍କ ଉଦାହରଣ ଦେଇ ସେ କହିଥିଲେ କି ସୁଲେମାନଙ୍କ ପାଖରେ ୭୦୦ ପତ୍ନୀ ଓ ୩୦୦ ଦାସୀ ଅର୍ଥାତ ମୋଟ ୧ ହଜାର ମହିଳା ଥିଲେ ।

ଡେଭିଡଙ୍କର ଜଣେ ପତ୍ନୀ ଜେସିକା କହିଛନ୍ତି କି ମୋର ୧୩ ଟି ପିଲା । ହେଲେ ଆମେ ଶାନ୍ତିରେ ଜୀବନଯାପନ କରୁଛୁ । ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲପାଏ । ଅନ୍ୟଜଣେ ପତ୍ନୀ ଡୁରୀନ କହିଛନ୍ତି କି ମୋ ସ୍ୱାମୀଙ୍କର ମୋ ବ୍ୟତୀତ ଆହୁରି ୧୪ ଜଣ ସ୍ତ୍ରୀ ଥିଲେ ବି ମୋର କାହା ଉପରେ ଇର୍ଶା ହୁଏ ନାହିଁ ।