କନକ ବ୍ୟୁରୋ: ଆମେ କହୁଛୁ ରାଜସ୍ଥାନ ଦୌସା ଜିଲ୍ଲାର ଏକ ନିପଟ ମଫସଲର ଝିଅ ନିରମା ମୀଣାଙ୍କ କଥା । ଯାହାକୁ ସାରା ଦୁନିଆଁ ଏବେ ଧୋଲି ମୀଣା ଭାବେ ଜାଣୁଛି । ଗାଁର ଝିଅ ମୀଣା ଏବେ ବିଦେଶ ମାଟିରେ ସାଉଁଟୁଛନ୍ତି ଅନେକ ପ୍ରଶଂସା । ବିଦେଶ ମାଟିରେ ନିଜ ଦେଶର , ନିଜ ରାଜ୍ୟର ସଂସ୍କୃତି ପ୍ରଚାର କରି ଭାରତର ସୁନା ଝିଅ ପାଲଟିଛନ୍ତି ଧୋଲି ମୀଣା । ଏଥିପାଇଁ ତାଙ୍କୁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଂସ୍କୃତି ବିଭାଗର ଅଧିକାରୀ ।

Advertisment

ବିନ୍ଦୁରୁ ସିନ୍ଧୁ ଆଡକୁ ଗତି କରିବା ଭଳି ଏକ ଗାଁରୁ ଯାଇ ବିଦେଶ ମାଟିରେ ଚମକୁଛନ୍ତି ଧୋଲି ମୀଣା । ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ ଶ୍ରେଣୀ । ଅତି ଗରୀବ ଘରର ଝିଅଟିଏ । ହେଲେ ଭାଗ୍ୟ କିନ୍ତୁ ଜୋର । ବାହାଘର ବି ଅଜବ ଢଙ୍ଗରେ ହୋଇଥିଲା । ବସିଲା ଜାଗାରୁ ଛଠି ଧୋଲିଙ୍କୁ ଦେଖିବାକୁ ଯାଇଥିଲେ ଶାଶୁ ଶ୍ୱଶୁର । ଧୋଲିଙ୍କୁ ଦେଖି ତାଙ୍କର ମନ ମାନିଥିଲା । ସେହି ଦିନ ହିଁ ନିର୍ବନ୍ଧ କରିବାକୁ କହି ତୁରନ୍ତ ବାହାଘର କରିବାକୁ କହିଆସିଲେ । ଘରକରଣା ବାବଦରେ ବିଶେଷ ଧାରଣା ନଥିବା ଝିଅଟିଏ ଶାଶୁଘରକୁ ଆସିବା ବେଳକୁ ସ୍ୱାମୀ ବି କିଛି କାମ କରୁନଥିଲେ । ସେ ବି କଲେଜରେ ପାଠ ପଢୁଥିଲେ । ହେଲେ ଆଜି ସେ ଜଣେ ଆଇଏଫଏସ୍ ଅଫିସର । ଧୋଲି ମୀଣାଙ୍କ ସ୍ୱାମୀ ଏବେ ପ୍ରସିଦ୍ଧି ଲାଭ କରିଥିବା ବୈଦଶିକ ବ୍ୟାପାର ଅଧିକାରୀ ଲୋକେଶ ମୀଣା ।

ବାହାଘରର କିଛି ବର୍ଷ ଶାଶୁଘରେ କାଟିବା ପରେ ସ୍ୱାମୀ ଲୋକେଶ ମୀଣାଙ୍କର ପଅଥମ ପୋ୍େଟି ହୋଇଥିଲା ଦକ୍ଷିଣ ଆଫ୍ରିକାରେ । ସେଠାକୁ ସେ ଧୋଲିଙ୍କୁ ନେଇଯାଇଥିଲେ । ସେଠାକୁ ଯିବା ପରେ ସବୁକିଛି ଥିଲା ଧୋଲିଙ୍କ ପାଇଁ ପୁରା ନୂଆ । ସେଠିକାର ଚାଲିଚଳଣ ଓ ଭାଷା ଯୋଗୁଁ ଭାରୀ ଏକା ହୋଇଯାଇଥିଲେ । ହେଲେ ସ୍ୱାମୀଙ୍କ ସହଯୋଗରେ ଧୀରେ ଧୀରେ ଇଂରାଜୀ ଶିଖିଥିଲେ । ଏହାପରେ ଲୋକେଶଙ୍କର ପୋଷ୍ଟିଙ୍ଗ ଆମେରିକା ୱସିଙ୍ଗଟନ୍ ସ୍ଥିତ ଭାରତୀୟଦୂତାବସରେ ହୋଇଥିଲା । ସେବେଠାରୁ ଧୋଲି ମୀଣା ସ୍ୱାମୀ ଓ ୩ ପିଲାଙ୍କ ସହ ଆମେରିକାରେ ରହିଆସୁଛନ୍ତି ।

ଧୋଲି କେବଳ ଆମେରିକା କି ଆଫ୍ରିକା ନୁହେଁ ଅନେକ ୟୁରୋପୀୟ ଦେଶ ବୁଲିଲେଣି । ସୁଇଜଲ୍ୟାଣ୍ଡ , ଫ୍ରାନ୍ସ, ଇଟାଲୀ, ହଲାଣ୍ଡ ରସିଆ ପରି ଦେଶସବୁ ବୁଲିଲେଣି । ହେଲେ ସବୁଠାରୁ ବଡ କଥା ହେଲା ବିଦେଶ ମାଟିରେ ବି ନିଜ ସଂସକ୍ୟୃତି ସହ ଟିକେ ବି ସାଲିସ କରିନାହାଁନ୍ତି । ସବୁବେଳେ ନିଜର ଦେଶୀ ପୋଷାକ , ଘାଗରା, ଚୋଲିକୁ ଛାଡିପାରିନାହାଁନ୍ତି । ତାଙ୍କର ଏହି ଦେଶୀ ଅନ୍ଦାଜକୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ୟୁଜର୍ସ ପସନ୍ଦ କରିବା ପରେ ସେ ଏବେ ନିଜ ଭାରତୀୟ ପରମ୍ପରାକୁ ବିଦେଶ ମାଟିରେ ପ୍ରସାର କରିବା ଅଭିଯାନରେ । ସ୍ୱିଜରଲ୍ୟାଣ୍ଡର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଧୋଲି ରାଜସ୍ଥାନୀ ଦାଣ୍ଡିଆ ନୃତ୍ୟ ପରିବେଶଷ କରିବା ପରେ ତାଙ୍କୁ ଏବେ ବିଦେଶରୁ ନିମନ୍ତ୍ରଣ ଆସୁଛି । କହିବାକୁ ଗଲେ ଧୋଲିଙ୍କ ଦେଶୀ ପୋଷାକ ତାଙ୍କୁ ଆଜି ବିଦେଶରେ ଜଣେ ସେଲିବ୍ରିଟି କରିଦେଇଛି । ତାଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ।