ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ଆୟ ବହିର୍ଭୁତ ସମ୍ପତ୍ତିି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

439

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଫାଣ୍ଠିର ନିଲମ୍ବିତ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ।

ଚଢ଼ାଉ ବେଳେ ତିନୋଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ । ମାସକ ତଳେ ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ୍ ଯାଇଥିଲେ ଜୟଦାସ । ଜାମିନ୍ ପାଇବା ପରେ ପୋଲିସ୍ ହେଡ୍ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ । ଜୟଦାସ ମାଥିଲି ଥାନା କର୍ତନ ପାଲି ବିଟ୍ ହାଉସରେ କାର୍ଯ୍ୟରତ ଥିଲେ ।