ଆଗଲପୁର ବ୍ଲକ୍ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ : ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

117

କନକ ବ୍ୟୁରୋ : ଆଗଲପୁର ବ୍ଲକ୍ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସା’ଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍ ଚାଲିଛି । ବଲାଙ୍ଗୀର ସହରରେ ଥିବା ୨ଟି ଘର ଓ ଆଗଲପୁର ଅଫିସରେ ରେଡ୍ ଚାଲିଛି । ତେବେ ଭିଜିଲାନ୍ସ ବିଭାଗର ୨ଜଣ ଡିଏସପିଙ୍କ ନେତୃତ୍ୱରେ ସର୍ଚ୍ଚ ଅପରେସନ ଜାରି ରହିଛି ।