ଭିଜିଲାନ୍ସ ଜାଲରେ ନୟାଗଡର ସହକାରୀ ଯୋଗାଣ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତଙ୍କ ଘରେ ରେଡ ।

138

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ନୟାଗଡ଼ର ସହକାରୀ ଯୋଗାଣ ଅଧିକାରୀ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଉଛି । ନୟାଗଡ଼ ଲେଙ୍କୁଡିପଡ଼ାରେ ଥିବା ୪ ମହଲା ଘର, ଓଡଗାଁରେ ଥିବା ୨ ମହଲା ଘର, ଓଡ଼ଗାଁ ଗାନ୍ଧୀସାହି ଲେନ୍ରେ ଥିବା ଦୁଇ ମହଲା ଘରେ ରେଡ୍ କରାଯାଉଛି । ସେହିପରି ନୟାଗଡ଼ ବିରୁଡାରେ ଥିବା ଜୟନ୍ତଙ୍କ ପୈତୃକ ଘର ଓ କାର୍ଯ୍ୟାଳୟରେ ଚଢାଉ କରାଯାଉଛି ।

ଚଢାଉ ବେଳେ ନଗଦ ୨ ଲକ୍ଷ ୭୪ ହଜାର ୭୫ ଟଙ୍କା, ଗୋଟିଏ ୪ ଚକିଆ ଗାଡି ଓ ୩ଟି ଦୁଇ ଚକିଆ ଗାଡି ଜବତ କରାଯାଇଛି । ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୪ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ଚଢାଉରେ ସାମିଲ ହୋଇଛନ୍ତି ।