ଭିଜିଲାନ୍ସ ଜାଲରେ ପଞ୍ଚାୟତରାଜ ବିଭାଗର ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ

212

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ପଞ୍ଚାୟତରାଜ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ ଚାଲିଛି ।

ଚୌଦ୍ୱାର, ତ୍ରିଶୂଳକୁ, ଡମପଡ଼ା ଓ କେନ୍ଦ୍ରାପଡ଼ାରେ ଚଢ଼ାଉ କରୁଛି ଭିଜିଲାନ୍ସ । ଚଢ଼ାଉରେ ତିନି ଡିଏସପି, ଜଣେ ଫାଇନାନ୍ସ ଅଫିସର, ୮ ଇନ୍ସପେକ୍ଟର, ୬ ସବ୍-ଇନ୍ସପେକ୍ଟର ଓ ୧୬ ଜଣ କନଷ୍ଟେବଳ ସାମିଲ୍ ଅଛନ୍ତି । ପ୍ରଭାତ କୁମାର ରାଉତ ଡମପଡ଼ା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।