ଭିଜିଲାନ୍ସ ଜାଲରେ ବାଣିଜ୍ୟକର ବିଭାଗର ମୁଖ୍ୟ କିରାଣୀ ! ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଗନ୍ନାଥ ପ୍ରସାଦ ଦାସଙ୍କ ଘରେ ରେଡ୍

41

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବାଣିଜ୍ୟକର ବିଭାଗର ମୁଖ୍ୟ କିରାଣୀ ଜଗନ୍ନାଥ ପ୍ରସାଦ ଦାସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟ, ବାସଭବନ, ପୈତୃକ ବାସଭବନ ଏବଂ ସମ୍ପକୀୟଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଛି । ତେବେ ଜଗନ୍ନାଥ ପ୍ରସାଦଙ୍କ ରାଉରକେଲା ବାଲୁଘାଟରେ ନିର୍ମାଣଧୀନ କୋଠା ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା, ବ୍ୟାଙ୍କ ଇନ୍ସୁରାନସ ବାବଦକୁ ୬ ଲକ୍ଷ ଟଙ୍କା , ୩ ଲକ୍ଷ ଟଙ୍କାର ଆସବାବ ପତ୍ର ଭାବେ ଏକ କୋଟିରୁ ଅଧିକ ଟଙ୍କା ଆକଳନ କରାଯାଇଛି ।