କନକ ବ୍ୟୁରୋ: ବିରଞ୍ଚି ସାହୁ ଗିରଫ ଘଟଣାରେ ଓଏସଏସସି ଅଫିସରେ ଭିଜିଲାନ୍ସର ଖୋଳତାଡ଼ । ଭିଭିଲାନ୍ସର ଦୁଇଜଣିଆ ଟିମ୍ ଓଏସଏସସି ଅଫିସରେ ଛାନଭିନ୍ କରିଛନ୍ତି । ବିଭିନ୍ନ କାଗଜପତ୍ର ଯାଂଚ କରିଛନ୍ତି ଭିଜିଲାନ୍ସ ଟିମ୍ । ପୂର୍ବରୁ ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ବିରଂଚିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ବିପୁଳ ପରିମାଣର ଟଙ୍କା ସହ ସୁନା ଅଳଙ୍କାର ଜବତ ହୋଇଛି ।

Advertisment

ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ରେଡ ହୋଇଥିଲା । ବିରଂଚିଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗ ରହିଥିଲା । ଚଢାଉ ବେଳେ ଘରୁ ବିଦେଶୀ ମୁଦ୍ରା ଜବତ ହୋଇଥିବା ବେଳେ ଦୁଇ ଥର ବିଦେଶ ବୁଲିବାକୁ ଯାଇଥିବା ପିଏସ ମାନିଥିଲେ ।