ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କଲେ ବିଦିଶା ! ଇମରାନ୍ ଖାନ୍ ଙ୍କ ୫୦ ମିନିଟର ଭାଷଣକୁ ୫ ମିନିଟ୍ ରେ ମୁହଁଭଙ୍ଗା ଜବାବ୍ ଦେଇଥିବା ଏହି ମହିଳା ଅଫିସର୍ ଜଣକ କିଏ ?

7,058

ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ମିଛର ପର୍ଦ୍ଦାଫାସ୍ କରିଛି ଭାରତ । ଇମରାନ୍ ଖାନଙ୍କ ଷଡ଼ଯନ୍ତ୍ର ଏବଂ ତାଙ୍କ ଅସଲ ରୁପକୁ ସମସ୍ତଙ୍କ ଆଗକୁ ଆଣିବା ପାଇଁ ଭାରତ ପକ୍ଷରୁ ଏହି ଗୁରୁଦାୟିତ୍ୱକୁ ବହନ କରିଛନ୍ତି ନୂଆ ମହିଳା ଅଫିସର୍ ବିଦିଶା ମୈତ୍ରା । ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରଥମ ସଚିବ ରୁପେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଦିଶା ଭାରତର ଜଣେ ନୂଆ ଅଧିକାରୀ ରୁପେ ନିଯୁକ୍ତ ହୋଇଛନ୍ତି । ଇମ୍ରାନଙ୍କ ଅଭିଭାଷଣକୁ କାଉଂଟର କରି ମିଳିତ ଜାତିସଂଘରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରା କହିଛନ୍ତି, ଜାତିସଂଘରେ ଡାହା ମିଛ କହିଛନ୍ତିି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ ଭୁଲ ତଥ୍ୟ ଦେଇ ବିଶ୍ୱକୁ ବିଭ୍ରାନ୍ତ କରୁଛନ୍ତି । ଏହା ସହିତ ପାକିସ୍ତାନରେ କୌଣସି ଆତଙ୍କବାଦୀ ସଂଗଠନ ନାହିଁ ବୋଲି ଜାତିସଂଘରେ ଇମ୍ରାନ ଦେଇଥିବା ବିବୃତିକୁ ମଧ୍ୟ କାଉଣ୍ଟର କରିଛନ୍ତି ବିଦିଶା । ତାଙ୍କର ଏହି ସାହସିକତାପୂର୍ଣ୍ଣ କାର୍ଯ୍ୟ ପରେ ଲୋକଙ୍କ ପାଇଁ ହିରୋ ପାଲଟିଯାଇଛନ୍ତି ବିଦିଶା । ତେବେ ଆସନ୍ତୁ କିଏ ଏହି ବିଦିଶା ମୈତ୍ରା ତାଙ୍କ ବିଷୟରେ ଅଧିକ ଜାଣିବା ।

 

ସ୍ୱର୍ଣ୍ଣପଦକ ବିଜେତା ବିଦିଶା :

୨୦୦୯ ବ୍ୟାଚର ବିଦିଶା ମୈତ୍ରା ଭାରତୀୟ ବିଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ୨୦୦୮ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୯ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ସେ ଟ୍ରେନିଙ୍ଗ୍ ନେଇଥିଲେ ଏବଂ ବେଷ୍ଟ୍ ଟ୍ରେନିଙ୍ଗ୍ ଅଫିସର୍ ର ଆୱାର୍ଡ ଜିତିଥିଲେ । ‘ପରମାନେଣ୍ଟ୍ ମିଶନ୍ ଅଫ୍ ଇଣ୍ଡିଆ ଟୁ ଦ ୟୁଏନ୍’ ର ୱେବସାଇଟ୍ ମୁତାବକ , ସଂଯୁକ୍ତ ରାଷ୍ଟ୍ରରେ ପୋଷ୍ଟିଙ୍ଗ୍ ହେବାପରେ ତାଙ୍କୁ ସୁରକ୍ଷା ପରିଷଦ କାର୍ଯ୍ୟ ସହ ଜଡିତ କରାଯାଇଥିଲା । ସେ ଉଭୟ ସିକ୍ୟୁରିଟି କାଉନସିଲ୍ ସହ ଜଡିତ ଥିବା ବିଷୟ ଏବଂ ରାଜନୈତିକ ମିଶନ୍ କୁ ମଧ୍ୟ ତଦାରଖ କରିଥାନ୍ତି । ଏହାଛଡା ନିରପେକ୍ଷ ଦେଶଙ୍କ ସହ ସମନ୍ୱୟ , ସଂଘାଇ କର୍ପୋରେସନ୍ ଅର୍ଗାନାଇଜେସନ୍ ର ଦାୟିତ୍ୱ ଭାର ମଧ୍ୟ ତାଙ୍କ କାନ୍ଧ ଉପରେ ରହିଛି । ସଂଯୁକ୍ତ ରାଷ୍ଟ୍ର ଜରିଆରେ ଦୁନିଆର ନାମୀଦାମୀ ବିଶ୍ୱବିଦ୍ୟାଳୟ , କଲେଜ୍ ଏବଂ ଶିକ୍ଷାସଂସ୍ଥା ସହ ସଂପର୍କ କରିବା ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଛି । କିନ୍ତୁ ବର୍ତ୍ତମାନ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଇମରାନ୍ ଖାନ୍ ଙ୍କ ୫୦ ମିନିଟ୍ ର ଲମ୍ବାଚଉଡା ଭାଷଣକୁ ମାତ୍ର ୫ ମିନିଟ୍ ରେ ଫ୍ୟୁଜ୍ କରିଦେଇଛନ୍ତି ବିଦିଶା । ବିଦିଶା ମୈତ୍ରା କହିଥିଲେ, ପାକ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜାତିସଂଘର ଅନୁଧ୍ୟାନକାରୀ ଦଳ ପାକିସ୍ତାନ ଯାଇ ଆତଙ୍କବାଦୀଙ୍କ ଉପସ୍ଥିତିର ଜାଞ୍ଚ୍ କରନ୍ତୁ । ଜାତିସଂଘ ଦ୍ୱାରା ନିଷିଧ ଘୋଷିତ ୧୩୦ ଆତଙ୍କବାଦୀ ଓ ୨୫ ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ରହିଛି । ଏକଥାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅସ୍ୱୀକାର କରିପାରିବେ କି ? ସେ କହିଥିଲେ , ପାକ୍ ଦୁନିଆର ଏକମାତ୍ର ଦେଶ ଯିଏ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ଘୋଷଣା କରିଥିବା ବ୍ୟକ୍ତିଙ୍କୁ ପେନସନ୍ ଦେଉଛି ।