କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର ! ଆଜିଠାରୁ ଆରମ୍ଭ ହେଉଛି ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ଦେଖନ୍ତୁ ଭିଡିଓ

251

ଭଗବାନ ଶ୍ରୀରାମଙ୍କ କ୍ଷେତ୍ରରେ ଆସ୍ଥା ରଖୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର । ଆଜିଠାରୁ ସ୍ପେଶାଲ୍ ଟୁରିରିଷ୍ଟ୍ ଟ୍ରେନ୍ ଶ୍ରୀ ରାମାୟଣ ଏକ୍ସପ୍ରେସ୍ ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନ୍ ଅଯୋଧ୍ୟା,ଚିତ୍ରକୁଟ,ରାମେଶ୍ୱରମ୍ ଭଳି ତୀର୍ଥସ୍ଥଳୀକୁ ଯିବ ଯାହାର ସଂବନ୍ଧ ଭଗବାନ ରାମଙ୍କ ସହ ଜଡିତ ଥିବ । ଏହାସହ ଯାତ୍ରାରେ ଟୁର ମ୍ୟାନେଜର୍ ମଧ୍ୟ ସାଙ୍ଗରେ ରହିବେ । ରେଳମନ୍ତ୍ରୀ ପିୟୁଷ ଗୋୟାଲ୍ ଶ୍ରୀ ରାମାୟଣ ଏକ୍ସପ୍ରେସ୍ ସହ ଜଡିତ ଥିବା ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି । ୧୬ ଦିନ ଏବଂ ୧୫ ରାତିର ଏହି ଯାତ୍ରାରେ ଯାତ୍ରୀ ଶ୍ରୀଲଙ୍କା ବୁଲିବା ପାଇଁ ମଧ୍ୟ ଯାଇପାରିବେ । ଶ୍ରୀଲଙ୍କା ବୁଲିବା ପାଇଁ ଇଚ୍ଛୁକ ଥିବା ଯାତ୍ରୀ ଚେନ୍ନାଇରୁ କୋଲମ୍ବୋ ପାଇଁ ପ୍ଲେନ୍ ଟିକେଟ୍ କରିବାକୁ ପଡିବ ।

ଆଇଆରସିଟିସି ସମ୍ପୁର୍ଣ୍ଣ ଟୁରକୁ ମ୍ୟାନେଜ୍ କରିବ :

ଏହି ସ୍ପେଶାଲ୍ ଟୁରକୁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ୍ ଆଣ୍ଡ୍ ଟୁରିରିଜମ୍ କର୍ପୋରେସନ୍ (ଆଇଆରସିଟିସି)ମ୍ୟାନେଜ୍ କରୁଛି । ଏହି ସ୍ପେଶାଲ୍ ଟ୍ରେନର ଘୋଷଣା ଚଳିତ ବର୍ଷ ଜୁଲାଇରେ ରେଳମନ୍ତ୍ରୀ ପିୟୁଷ ଗୋୟାଲ କରିଥିଲେ । ୮୦୦ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀରୁ ଆରମ୍ଭ ହୋଇ ଅଯୋଧ୍ୟା,ନନ୍ଦିଗ୍ରାମ,ପ୍ରୟାଗ,ନାସିକ,ହମ୍ପି ଦେଇ ଏହି ଟ୍ରେନ୍ ଚାଲିବ ।

ଭାରତ ଭିତରେ ଯାତ୍ରା କରିବା ପାଇଁ ୁ୧୫,୧୨୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଶ୍ରୀଲଙ୍କା ଯାଉଥିବା ଯାତ୍ରୀଙ୍କ ପାଇଁ ୫ ଦିନ ଏବଂ ୬ ରାତି ଶ୍ରୀଲଙ୍କା ପ୍ୟାକେଜ୍ ପାଇଁ ପ୍ରତ୍ୟେକ ଯାତ୍ରୀଙ୍କ ଠାରୁ ୩୬,୯୭୦ ଟଙ୍କା ପୂର୍ବରୁ ଦେବାକୁ ପଡିବ । ତୀର୍ଥଯାତ୍ରୀ ଖାଦ୍ୟପେୟ,ରହିବା ସୁବିଧା ପ୍ୟାକେଜରେ ହିଁ ସାମିଲ ରହିବ ।