ବିଗବସ୍ -୧୧ ପୂର୍ବ ସିଜନ ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । ଏଠାରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ନୋମିନେସନ ଏବଂ ଏଲିମିନେସନର କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କ ମନୋରଂଜନ କରୁଥିବା ନଜର publive-imageଆସୁଛି । ବିଗବସ୍ -୧୧ରେ ନଜର ଆସିଥିବା ସପ୍ନା ଚୌଧରୀ ୮ ସପ୍ତାହ ଧରି ନୋମିନେଟ ହୋଇ ଆସୁଥିଲେ । କିନ୍ତୁ ତାଙ୍କ ଦର୍ଶକ ତାଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ନୋମିନେସନରୁ ବଂଚାଇ ଦେଉଥିଲେ । କିନ୍ତୁ ଏଥର ସପ୍ନା ନୋମିନେସନରୁ ବଂଚିପାରିଲେନି ।

Advertisment

ଫଳସ୍ୱରୂପ ତାଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିଲା । କିନ୍ତୁ ଘରୁ ବାହାରକୁ ଯିବାପରେ ଏବେ ୱାଇଲଡ କାର୍ଡ଼ ପ୍ରବେଶ ଦ୍ୱାରା ସପ୍ନା ତାଙ୍କର ଫେସବୁକ୍ ଆକାଉଂଟରେ ଫ୍ୟାନ୍ସ ମାନଙ୍କ ସହିତ କଥା ହୋଇପାରିଛନ୍ତି । ପ୍ରଥମ ଥର ଫେସବୁକରେ ଲାଇଭ ଚାଟରେ ଆସି ତାଙ୍କୁ ୭ ସପ୍ତାହ ଧରି ନୋମିନେସନରୁ ବଂଚାଇଥିବାରୁ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

publive-imageସପ୍ନା କହିଛନ୍ତିଯେ ଦର୍ଶକଙ୍କ ଭୋଟ୍ ତାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଦର୍ଶକ ତାଙ୍କୁ ଯାହା ଦେଇଛନ୍ତି ସେ କେବେ ମଧ୍ୟ ଫେରାଇ ପାରିବେନି । ସେ ଆଉ ମଧ୍ୟ କହିଛନ୍ତିଯେ ତାଙ୍କୁ ୱାଇଲଡ କାର୍ଡ଼ ବିଷୟରେ କିଛି ସୂଚନା ମିଳିନାହିଁ, ଯଦି ସେଭଳି କୌଣସି ସୂଚନା ମିଳୁଛି ତେବେ ସେ ତାଙ୍କ ପ୍ରଶଂସକଙ୍କୁ ନିଶ୍ଚୟ ଜଣାଇବେ।

ଖବର ମୁତାବକ ବିଗବସ୍ ଘରୁ ବାହାର ହେବାପରେ ସପ୍ନା ତାଙ୍କ ଜୀବନକୁ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ କାମ କରିବାକୁ ମଧ୍ୟ ଚାହୁଁଛନ୍ତି ଏବଂ ବିଶେଷକରି ସଲମାନଙ୍କ ସହିତ କାମ କରିବାକୁ ତାଙ୍କର ଖୁବ୍ ଇଛା ରହିଛି । ସମସ୍ତେ ଜାଣନ୍ତି ବିଗବସ୍ ପ୍ରତିଯୋଗୀମାନେ ଘରୁ ବାହାରକୁ ଯିବାପରେ ଅନେକଙ୍କ ଭାଗ୍ୟ ବଦଳିଥିବା ଦେଖିବାକୁ ମିଳିଛି । ତେବେ ସପ୍ନାଙ୍କ ଭାଗ୍ୟରେ କେଉଁଭଳି ପରିବର୍ତ୍ତନ ଆସିବ ତାହା ପରେ ଜଣାପଡ଼ିବ ।