କନକ ବ୍ୟୁରୋ: ଶ୍ରୀରାମନବମୀ ଦିନ ପଥର ମାଡ ଘଟଣାକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିଯାଇଛି ସତ ହେଲେ ହେଲେ କିଛି ସ୍ଥାନରେ ହିଂସାର ଭୟ ଏବେବି ରହିଛି । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯେକୌଣସି ସମୟରେ ହିଂସାରେ ଜୀବନ ଯିବା ଆଶଙ୍କାରେ ନିଜ ଘର ଛାଡି ପଳାଉଥିବା ଦେଖିବାକୁ ମିଳୁଛି ।

Advertisment

ରାମନବମୀର ଦ୍ୱିତୀୟ ଦିନରେ ଶୁକ୍ରବାର ପ୍ରଥମେ ସାସାରାମ ଓ ପରେ ପରେ ନାଳନ୍ଦାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ଆରମ୍ଭ ହୋଇଥିଲା । ଏହା ସହ ଯାନବାହାନ ପୋଡାଜଳା ସହ ଲୋକଙ୍କ ଘର ଓ ଦୋକାନଘର ମଧ୍ୟ ଜାଳିଦେଲେ ଉପଦ୍ରବକାରୀ । ଅନେକ ଚେଷ୍ଟା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ସୁରକ୍ଷା ବଳ । ଯେଉଁଥିରେ କିଛି ପୁଲିସ କର୍ମୀ ଓ ସାମ୍ବାଦିକ ଆହତ ହୋଇଥିଲେ । ଏବେ ଦଙ୍ଗା ଥମିଥିଲେ ବି ଯେ କୌଣସି ମୁହୂର୍ତ୍ତରେ ହିଂସା ଘଟି ଲୋକଙ୍କ ଜୀବନ ଯିବା ସମ୍ଭାବନା ଥିବାରୁ ଲୋକେ ନିଜ ଭିଟାମାଟି ଛାଡି ପଳାଉଛନ୍ତି ।