କୋଭିଡ୍ ପଜିଟିଭ୍ ହେଲେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଟୁଇଟ୍ କରି ଦେଲେ ସୂଚନା

62

କନକ ବ୍ୟୁରୋ: କରୋନା ପଜିଟିଭ୍ ହେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । କୋଭିଡ୍ ସଂକ୍ରମିତ ହେବା ପରେ ସେ ଆଇସୋଲେସନରେ ରହିଥିବା ନେଇ ସୂଚନା ଦେଇଛନ୍ତି । ତେବେ ସେ ୭ ଦିନ ଧରି ନିଜକୁ ଆଇସୋଲେସନରେ ରଖିବେ । ତା ସହିତ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ଆଇସୋଲେସନରେ ରହିବା ସହିତ ଆବଶ୍ୟକ ହେଲେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।

ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କୋଭିଡ୍ ପଜିଟିଭ୍ ହେବା ପରେ ଏନେଇ ଉପ ରାଷ୍ଟ୍ରପତିଙ୍କ ଅଫସିଆଲ୍ ଟୁଇଟର ଆକାଉଣ୍ଟରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହା ପୂର୍ବରୁ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।