କନକ ବ୍ୟୁରୋ : ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପ୍ରତିଦିନ ଗଙ୍ଗା ଆଳତୀ କରୁଥିବା ବାଳକ । ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ବିଭୁ ଉପାଧ୍ୟାୟଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ୪ ବର୍ଷ ହେଲା ସେ ଗଙ୍ଗାଘାଟରେ ଆଳତୀ କରିଆସୁଛନ୍ତି । ଏବେ ପ୍ରଥମ ପ୍ରୟାସରେ ନିଟରେ ପାଇଛନ୍ତି ସଫଳତା ।

Advertisment

ବିଭୁ ମୋଟ୍ ୭୨୦ ମାର୍କରୁ ୬ ୨୨ ମାର୍କ ରଖଛନ୍ତି । କଚଲା ଘାଟରେ ସେ ୨୦୧୯ରୁ ଲଗାତର ଭାବେ ଗଙ୍ଗା ଆଳତି କରିଆସୁଛନ୍ତି । ଏପଟେ ପାଠ ପଢ଼ା ମଧ୍ୟ ଜାରି ରଖିଛନ୍ତି । ଆଗକୁ ମଧ୍ୟ ସେ ଗଙ୍ଗା ଆଳତି ଜାରି ରଖିବେ ବୋଲି କହିଛନ୍ତି ବିଭୁ ଉପାଧ୍ୟାୟ । ଉତର ପ୍ରଦେଶ ମୁଖ୍ୟ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଭୁଙ୍କ ସଫଳତା ନେଇ ନିଜ ଟୁଇଟର ଆକାଉଂଟରେ ସେୟାର କରିଛନ୍ତି ।