ଥାନାରେ ମାମଲା ରୁଜୁ ପରେ ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ । ଖୁବ ଶୀଘ୍ର ପଚରା ଉଚରା କରିବ ଜଗତସିଂପୁର ଥାନା ପୁଲିସ, ସୋମବାର ଅଭିଯୋଗକାରିଣୀ ସୋମାଲିକା ଦାସଙ୍କ ହୋଇପାରେ ଡାକ୍ତରୀମାଇନା

98

କନକ ବ୍ୟୁରୋ : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିବ । ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖୁବ ଶୀଘ୍ର ପୁଲିସ ବିଧାୟକଙ୍କୁ ଜେରା କରିବ ବୋଲି ଜଣାପଡିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂପୁର ଥାନାରେ ମାମଲା ରୁଜୁ ହେବା ପରେ ବିଧାୟକଙ୍କ ଅଡୁଆ ବଢିଛି । ସୋମାଲିକା ଦାସ ଅଭିଯୋଗ କରିଛନ୍ତି ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ପରେ ବିଜୟ ଶଙ୍କର ଦାସ ତାଙ୍କୁ ପ୍ରତାରଣା କରିଛନ୍ତି । ଏସବୁ ବୟାନର ଭିଡିଓଗ୍ରାଫି କରାଯାଇଛି ।

ଅଭିଯୋଗକାରୀଙ୍କ ବୟାନ ରେକର୍ଡ ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଛି ପୁଲିସ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ସୋମାଲିକାଙ୍କ ଡାକ୍ତରୀମାଇନା ହୋଇପାରେ । ଏହାପରେ ମାଜିଷ୍ଟ୍ରେଟଙ୍କ ଆଗରେ ସିଆରପିସିର ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯିବ । ତଥ୍ୟ ପ୍ରମାଣ ହାସଲ କଲା ପରେ ଘୁବଶୀଘ୍ର ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପୁଲିସ ଜେରା କରିବ ବୋଲି ସୂଚନା ମିଳିଛି ।