‘ବାତ୍ୟା’ ଧାମରାରୁ ଦୂରେଇଲା, ବାଲେଶ୍ୱରକୁ ପାଖେଇଲା : ଧାମରା ଠାରୁ ୪୫ କିମି ଦୂରରେ ବାତ୍ୟା

450

କନକ ବ୍ୟୁରୋ : ଧାମରା ଠାରୁ ବଢିଗଲା ବାତ୍ୟା ‘ୟାସ’ ର ଦୂରତା । ଧାମରା ଠାରୁ ୪୫ କିମି ଦୂରରେ ବାତ୍ୟା ରହିଛି । ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୦ କିମି ଦୂରରେ ୟାସ ରହିଛି । ଘଣ୍ଟା ପ୍ରତି ୧୫ କିମି ବେଗରେ ବାଲେଶ୍ୱର ଆଡକୁ ମୁହାଁଇ ଚାଲିଛି । ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ।

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ । ୧୫୫ କିଲୋମିଟର ଝଟକା ଦେଇପାରେ । ବାତ୍ୟାର କୋର ଏରିଆର ଉତର ପୂର୍ବ ଦିଗରେ ପ୍ରଭାବ ଅଧିକ ଅନୁଭୁତ ହେବ । ଏହାର ପ୍ରଭାବ ମୁଖ୍ୟତଃ ୪ଟି ଜିଲ୍ଲା ଉପରେ ପଡିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ୟାଶ ଦ୍ୱାରା ପ୍ରଭାବିତ ହେବ । ଧାମରାର ଉତର ଓ ବାଲେଶ୍ୱରରେ ଦକ୍ଷିଣ ଦିଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ । ପବନର ବେଗ ବଢ଼ିବା ସହ ବର୍ଷା ବି ବଢ଼ିବାରେ ଲାଗିଛି ।