ମାଡି ଆସୁଛି ‘ଫୋନି’ଠୁ ଆହୁରି ଭୟଙ୍କର ବାତ୍ୟା ! ଓମାନ୍ ଆଡକୁ ମୁହାଁଉଛି ଘୂର୍ଣ୍ଣିବାତ୍ୟା ‘କ୍ୟାର୍’, ଆସନ୍ତା ୨୪ ଘଂଟାରେ ନେବ ଏକ୍ସଟ୍ରିମଲୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ।

15,485

କନକ ବ୍ୟୁରୋ : ଓମାନ ଆଡକୁ ମୁହାଁଉଛି ପୂର୍ବ-କେନ୍ଦ୍ର ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା କ୍ୟାର । ଆସନ୍ତା ୨୪ ଘଂଟା ଭିତରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାକୁ ଯାଉଛି । ଆଉ ଏହାର ପ୍ରଭାବରେ ଭାରତର କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ ।

ଏ ହେଉଛି ହେଉଛି ପୂର୍ବ-କେନ୍ଦ୍ର ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା କ୍ୟାରର ଗତିପଥ । ଧିରେ ଧିରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଏହି ବାତ୍ୟା । ଏହା ସହ ବାତ୍ୟା କ୍ୟାର ଅଧିକ ଘନୀଭୂତ ହୋଇ ସୁପର ସାଇକ୍ଲୋନ୍ ମହାବାତ୍ୟାର ରୂପ ନେଇଛି । ମହାବାତ୍ୟା ଏତେ ଭୟଙ୍କର ହେବ ଯେ ଆରବ ସାଗରରେ ଥିବା ଏହି ବାତ୍ୟା ଯୋଗୁଁ ପବନର ବେଗ ୨୪୦ରୁ ୨୫୦ କିଲୋମିଟର ଛୁଇଁବ ବୋଲି ଆକଳନ କରାଯାଇଛି । ପାଣିପାଗ ବିଭାଗ ଏହାର ବେଗ ସର୍ବାଧିକ ୨୭୫ କିଲୋମିଟର ଯାଏଁ ମଧ୍ୟ ଛୁଇଁବ ବୋଲି କହିଛି । ଏହା ୧୯୯୯ରେ ଓଡିଶାରେ ହୋଇଥିବା ମହାବାତ୍ୟାଠାରୁ ମଧ୍ୟ ଅଧିକ ହେବ । କାରଣ ସେହି ସମୟରେ ପବନର ସର୍ବାଧିକ ବେଗ ୨୬୦ କିଲୋମିଟର ଯାଏଁ ଥିଲା ।

ଓଡିଶାର ମହାବାତ୍ୟା ପରି ବେଶ୍ ଭୟଙ୍କର ଏହି ବାତ୍ୟା କ୍ୟାର । ଏହାକୁ ବାତ୍ୟାର କାଟାଗୋରୀ- ୫ରେ ରଖାଯାଇଛି । ଘଂଟାକୁ ଏହା ୧୬ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୨୮ ତାରିଖ ସକାଳ ଯାଏଁ ଏହା ମହାବାତ୍ୟା ରୂପରେ ରହିବ ।

ଧିରେ ଧିରେ ବାତ୍ୟା କ୍ୟାରର ପ୍ରକୋପ କମିବ ଏବଂ ଏହା ଅତି ଭୟଙ୍କର ଘୂର୍ଣ୍ଣିଝଡର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୭ ଦିନ ଧରି ଆରବ ସାଗର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ତେବେ ଓମାନ ମୁହାଁ ହେବା ପୂର୍ବରୁ ବାତ୍ୟା ପ୍ରଭାବରେ ଭାରତର କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଓ ପବନ ପ୍ରବାହିତ ହୋଇଛି । ବଡ ବଡ ଗଛ ଉପୁଡି ପଡିବା ସହ ବହୁ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଆସନ୍ତା ୨୮ ତାରିଖରୁ ଧିରେ ଧିରେ ଦୁର୍ବଳ ହେବାରେ ଲାଗିବ ବାତ୍ୟା କ୍ୟାର । ଅକ୍ଟୋବର ୩୧ ରାତିରେ ଏହା ଓମାନ ନିକଟରେ ଦୁର୍ବଳ ହୋଇ ଭୟଙ୍କର ଘୂର୍ଣ୍ଣି ଝଡରୂପ ନେବ ଏବଂ ନଭେମ୍ବର ୧ ବେଳକୁ ଏହାର ପ୍ରଭାବ କମିଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆରବ ସାଗର ଭିତରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ବାତ୍ୟା ଭୂଖଣ୍ଡକୁ ଛୁଇଁବ ନାହିଁ । ସମୁଦ୍ର ଭିତରେ ଆରମ୍ଭ ହୋଇ ସମୁଦ୍ର ଭିତରେ ହିଁ ଏହାର ଶେଷ ହେବ । ଫଳରେ ବଡ ଧରଣର କ୍ଷୟକ୍ଷତି ହେବ ନାହିଁ ।