ଗତକାଲି ଅପେକ୍ଷା ଆଜି କମିଲା ପରିବା ଦର : ପରିବହନ ଗାଡ଼ି ଚଳାଚଳ ସ୍ୱାଭାବିକ ହେବା ପରେ ଖସୁଛି ମୂଲ୍ୟ

151

କନକ ବ୍ୟୁରୋ : ଗତକାଲି ଅପେକ୍ଷା ଆଜି କମିଛି ପନିପରିବା ଦର । ରିବହନ ଗାଡ଼ି ଚଳାଚଳ ସ୍ୱାଭାବିକ ହେବା ପରେ ଖସୁଛି ମୂଲ୍ୟ । ଭୁବନେଶ୍ୱର ୟୁନିଟ-୧ ମାର୍କେଟକୁ ପନିପରିବା ଟ୍ରକ ପହଞ୍ଚିବା ପରେ ଆଜି କମିଛି ଦର । ଗତକାଲି ଅପେକ୍ଷା ୨୦ରୁ ୩୦ ଟଙ୍କା କମିଛି ଦର । ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ମାଲ ବୋଝେଇ ଗାଡ଼ି ପହଞ୍ଚି ପାରୁନଥିଲା ଯାହା ପାଇଁ ପନିପରିବା ଦର ବଢ଼ିଥିଲା । ସେପଟେ ଛତ୍ରବଜାରରେ ମଧ୍ୟ ପନିପରିବା ଦର କମିଥିବା ସୂଚନା ରହିଛି ।