ତିଆରି ହେବ ପତଞ୍ଜଳି ବୈଦିକ ବିଶ୍ୱବିଦ୍ୟାଳୟ ! ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଲେ ବାବା ରାମଦେବ 

258

କନକ ବ୍ୟୁରୋ : ମୋଦି ସରକାର କେନ୍ଦ୍ରୀୟ ସ୍ତରରେ ବୈଦିକ ବିଶ୍ୱିବିଦ୍ୟାଳୟ ସ୍ଥାପନା କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ବାବା ରାମଦେବ ଏହି ବିଶ୍ୱବିଦ୍ୟାଳୟ ସଂଚାଳନ କରିବେ ବୋଲି ଶୁଣିବା ପାଇଁ ମିଳୁଛି । ଗତ ସପ୍ତାହରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ମନ୍ତ୍ରାଳୟ ଜୋରସୋରରେ ପ୍ରସ୍ତୁତି ଚଳାଇଛି ।

ସୂଚନା ଅନୁସାରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ବାବା ରାମଦେବଙ୍କ ପ୍ରତିନିଧିଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ଏହି ମାଲାରେ ପତଞ୍ଜଳି ପ୍ରତିନିଧି ଓ ମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବାବା ରାଦେବ ବିଶ୍ୱବିଦ୍ୟାଳୟ ଚେୟାରପର୍ସନ ହେବା ସହ, ଏଥିପାଇଁ ହେବାକୁ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୦୧୫ରେ ଯୋଗାଗୁରୁ ରାମଦେବ ବୈଦିକ ଶିକ୍ଷା ଲାଭ ପାଇଁ ଏକ ବୋର୍ଡ଼ ସ୍ଥାପନ ପାଇଁ  ସରକାରଙ୍କ ପାଖରେ ଏକ ପ୍ରସ୍ତାବ ରଖିଥିଲେ । କିନ୍ତୁ ସେତେବେଳେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଆଉ ଏହାପରେ ୨୦୧୬ରେ ସ୍ମୁତି ଇରାନି ବେଦବିଦ୍ୟାର ଏହି ପ୍ରସ୍ତାବକୁ ଆଗକୁ ବୃଦ୍ଧି କରାଇଥିଲେ ।