କାଶୀ ଗଙ୍ଗା ଘାଟରେ ପୋଷ୍ଟର, ଅଣ ହିନ୍ଦୁଙ୍କୁ ପ୍ରବେଶ ନିଶେଧ ନେଇ ପୋଷ୍ଟର ଜାରି

132

କନକ ବ୍ୟୁରୋ : ବାରଣାସୀର ଗଙ୍ଗା ଘାଟରେ ଓ ଧାର୍ମିକ ସ୍ଥଳରେ ଅଣ ହିନ୍ଦୁଙ୍କ ପ୍ରବେଶ ନିଶେଧ ନେଇ ପୋଷ୍ଟର ଲାଗିଛି । ଏହି ପୋଷ୍ଟର ପ୍ରଶାସନ ନୁହେଁ ବରଂ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀମାନେ ଲଗାଇଛନ୍ତି । କେବଳ ସେତିକି ନୁହେଁ ପୋଷ୍ଟରରେ ଉଲ୍ଲେଖ ରହିଛି କି ଯେଉଁ ଲୋକମାନଙ୍କର ଆସ୍ଥା ସନାତନ ଧର୍ମ ସେମାନଙ୍କୁ ସ୍ୱାଗତ କରାଯାଉଛି । ଏହା ପିକନିକ୍ ସ୍ପଷ୍ଟ ହୋଇ ନଥିବାରୁ ଏଠାକୁ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ଲୋକଙ୍କ ପାଇଁ ପ୍ରବେଶ ନିଶେଧ ।

ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଏହିଭଳି କାମ ଅନେକ ଥର କରିଛନ୍ତି । ଏହା ପୂର୍ବରୁ ଡିସେମ୍ବର ୨୫ ତାରିଖରେ ଏକ ଚର୍ଚ୍ଚ ବାହାରେ ହନୁମାନ ଚାଳିସା ପାଠ କରାଯାଇଥିଲା । ପୁଣି ଜାନୁଆରୀ ପହିଲା ଦିନ ବାରଣାସୀର ମଲ ଓ ରେଷ୍ଟୁରାଣ୍ଟ ବାହାରେ ପଶ୍ଚିମ ସଂକୃତି ସହ ଜଡିତ ପାର୍ଟି ସେଲିବ୍ରେଟ ନକରିବାକୁ ଚେତାବନୀ ଦିଆଯାଇଥିବା ପୋଷ୍ଟର ଲଗାଇଥିଲେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ।

ବାରଣାସୀରେ ଏଭଳି ପୋଷ୍ଟର ଲଗାଯିବା ପରେ ବିଶ୍ୱହିନ୍ଦୁ ପରିଷଦର କାଶୀ ମହାନଗର ମନ୍ତ୍ରୀ ରାଜନ ଗୁପ୍ତା କହିଛନ୍ତି କି ଅଣ ହିନ୍ଦୁଙ୍କ ପାଇଁ ଲଗାଯାଇଥିବା ଏହି ପୋଷ୍ଟର କେବଳ ପୋଷ୍ଟର ନୁହେଁ ବରଂ ସେମାନେ ଏହାକୁ ଚେତାବନୀ ଭାବି ପାରନ୍ତି ।

ରାଜନ ଆହୁରି କହିଛନ୍ତି କି ଗଙ୍ଗା ଘାଟ ମନ୍ଦିର ଏକ ଧାର୍ମିକ ସ୍ଥଳ ଓ ଏହା ସନାତନ ଧର୍ମର ଆସ୍ଥାର ପ୍ରତିକ ଅଟେ । ତେଣୁ ସେ ଚେତାବନୀ ଦେଇଛନ୍ତି କି ହିନ୍ଦୁ ଧର୍ମର ଧାର୍ମିକ ସ୍ଥଳ ଠାରୁ ଅଣହିନ୍ଦୁମାନେ ଦୂରେଇ ରୁହନ୍ତୁ । ରାଜନଙ୍କ କହିବା କଥା ଏହା ସନାତନ ଧର୍ମର ପୀଠ ସ୍ଥଳ ତେଣୁ ଅଣ ହିନ୍ଦୁମାନେ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବି ପ୍ରବେଶ କରିବା ଉପରେ ନିଶେଧ କରାଯାଇଛି । ଯଦି କେହି ଅଣ ହିନ୍ଦୁ ଏହା ଉଲଙ୍ଘନ କରେ ତେବେ ତାଙ୍କୁ ଏଠାରୁ ଘଉଡାଇବାକୁ ଆମେ ପଛାଇବୁ ନାହିଁ ବୋଲି ରାଜନ ଚେତାବନୀ ଦେଇଛନ୍ତି ।