କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦ୍ ମାମଲାରେ ବଡ ଫଇସଲା ଶୁଣାଇଛନ୍ତି ବାରଣାସୀ କୋର୍ଟ । ଜ୍ଞାନବାପୀ ମସଜିଦ୍ ପରିସରରେ ଏଏସଆଇ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । କେବଳ ବିବାଦୀୟ ସ୍ଥାନକୁ ଛାଡି ଏଏସଆଇ ଜ୍ଞାନବାପୀ ମନ୍ଦିର ପରିସରରେ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବାରଣାସୀ କୋର୍ଟ ।

Advertisment

ଜ୍ଞାନବାପୀ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ ଫଇସଲାର କପି ପଢି ଶୁଣାଇଛନ୍ତି । ଏଥିରେ କୋର୍ଟ ଏଏସଆଇକୁ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଥିବା କୁହାଯାଇଛି । ତେବେ ବିବାଦୀୟ ସ୍ଥାନକୁ ଛାଡି ଏଏସଆଇ ସମସ୍ତ ଅଞ୍ଚଳରେ ସର୍ଭେ କରିପାରିବ ।

ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ କରିଥିଲେ ବାରଣାସୀ କୋର୍ଟ । ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା । ତେଣୁ ଆଜି ବାରଣାସୀ କୋର୍ଟ ଏହି ମାମଲାର ରାୟ ଶୁଣାଇବା ସହିତ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଜାଣିରଖିବା ଉଚିତ୍ ଯେ, ଜ୍ଞାନବାପୀ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷ ବୁଜଖାନାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳରେ ଏଏସଆଇ ସର୍ଭେ କରିବାକୁ ଦାବି କରିଥିଲା । ହେଲେ ଏହି ଦାବିକୁ ମୁସଲିମ୍ ପକ୍ଷ ବିରୋଧ କରିଥିଲା । ହେଲେ କୋର୍ଟ କିନ୍ତୁ ଶେଷରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଶୁଣାଇଛନ୍ତି ।