କନକ ବ୍ୟୁରୋ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁଜରାଟର ବଲସାଡରେ ଆଜି ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ତେବେ ବଲସାଡ ଅଞ୍ଚଳର ଅତୁଲ ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ଏକ ଗାଈକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ଆଗ ପଟ ଅଂଶ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ହେବାର କିଛି ସମୟ ପରେ ହିଁ, ବନ୍ଦେ ଭାରତ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିସାରିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ କି ଟ୍ରେନର ଆଗପଟ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us