କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଲା ବଡ଼ ଖବର: ଡବ୍ଲୁଏଚଓ ମୁଖ୍ୟ କହିଲେ, ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା; ସଂପୂର୍ଣ୍ଣ ତଥ୍ୟ ଦେବା ବଦଳରେ କହିଲେ, ଆଶା ଅଛି

441

କନକ ବ୍ୟୁରୋ: ଏହି ବର୍ଷ ଶେଷ ସୁଦ୍ଧା କୋଭିଡ-୧୯ର ଭାକସିନ ପ୍ରସ୍ତୁତ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଏହା କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡିରେକ୍ଟର ଜେନେରାଲ ଟେଡରସ ଆଧାନମ ଘେବ୍ରେୟେସସ କହିଛନ୍ତି ଯେତେବେଳେ ଏହି ଭାକସିନ ଆସିବ ସେତେବେଳେ କିପରି ସମାନତା ରକ୍ଷା କରି ବଂଟନ ହୋଇପାରିବ ସେଦିଗରେ ରାଜନେତାମାନେ ରାଜନୈତିକ ପ୍ରତିବଦ୍ଧତା ରଖିବା ଦରକାର । କରୋନା ମହାମାରୀକୁ ସାରା ବିଶ୍ୱର ପ୍ରତିକ୍ରିୟାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବସିଥିବା ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ସେ ଏହା କହିଛନ୍ତି ।