ଆସନ୍ତାକାଲି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ପଞ୍ଜିକୃତ ହୋଇ ଟିକା ନେଇନଥିଲେ ପର୍ଯ୍ୟାୟକ୍ରମେ ଡକାଯିବ ।

68

କନକ ବ୍ୟୁରୋ : ରାଜ୍ୟରେ ଜୋରସୋରରେ ଚାଲିଛି କୋଭିଡ ଟିକାକରଣ । ସରକାରୀ ଗାଇଡଲାଇନ ଅନୁଯାୟୀ ଟିକାକରଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଉ ଏହି କ୍ରମରେ ଗତକାଲି ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୫୦ ହଜାର ୭୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ କାଲିଠୁ ଫେବ୍ରୁଆରୀ ୧୦ଯାଏଁ ଟିକାକରଣ  କରାଯିବ ।  ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ ତାରିଖରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ । ଯେଉଁମାନେ ପଂଜିକୃତ ହୋଇ ଟିକା ନେଇନାହାନ୍ତି, ସେମାନଙ୍କୁ ପୁଣି ପର୍ଯ୍ୟାୟକ୍ରମେ ଟିକା ପାଇଁ ଡକାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ  ପାଣିଗ୍ରାହୀ ।

ଟିକାକରଣ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ମାଇକ୍ରୋ ପ୍ଲାନ ଆସିବ। ଅର୍ଥାତ କେବେ କେଉଁଠାରେ କେଉଁ ଦିନ ଓ କେତେ ଜଣଙ୍କୁ କରିବେ। ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ। ଯେଉଁମାନେ ପଞ୍ଜିକୃତ ହୋଇ ଟୀକା ନେଇ ନାହାନ୍ତି, ସେମାନଙ୍କୁ ପର୍ୟ୍ୟାୟକ୍ରମେ ପୁଣି ଡକାଯିବ। ସବୁଠୁ ବଡ କଥା ହେଲା, ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିୟା ଆସିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।