ସାତପଡା ଚିଲିକା ଦେଇ ଡଙ୍ଗାରେ କୃଷ୍ଣପ୍ରସାଦ ପହଂଚିଲା କୋଭିଡ ଟିକା : ଦେଶୀ ଡଙ୍ଗାରେ ଅକାତକାତ ପାଣିରେ ୫କିଲୋମିଟରର ଯାତ୍ରା ପରେ ପହଂଚିଲା ଟିକା

132

କନକ ବ୍ୟୁରୋ : ଚିଲିକା ଦେଇ ଡଙ୍ଗାରେ ଯାଉଛି ଟିକା । ମହାମାରୀକୁ ରୋକିବା ପାଇଁ ଟିକାକରଣ ଏକାମାତ୍ର ଉପାୟ । ଆଉ କରୋନ ସହ ଲଢ଼ିବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଉଛି । କିଛି ଏପରି ଜାଗା ରହିଛି ଯେଉଁଠି ଟିକା ପହଂଚିବା ପାଇଁ ଏକମାତ୍ର ଭରଷା ହେଉଛି ଡ଼ଙ୍ଗା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକକୁ ଚିଲିକା ଦେଇ ଡଙ୍ଗାରେ ପ୍ରତିଦିନ ଯାଉଛି ଟିକା । ସାତପଡ଼ା ଚିଲିକା ଦେଇ ଅକାତକାତ ପାଣିରେ ଟିକା ନିଆଯାଉଛି ।

ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦେଶୀ ଡ଼ଙ୍ଗାରେ ଟିକା ନେଇ ପରଳା ଘଟା ନିକଟରେ ପହଂଚା ଯାଉଛି । ପ୍ରତ୍ୟେକ ଦିନ କୃଷ୍ଣପ୍ରସାଦ ବ୍ଲକକୁ ଚିଲିକା ଦେଇ ପୁରୀରୁ ଟିକା ଆସୁଛି । ଏହିଭଳି ଚିଲିକାରେ ୫ କିଲୋମିଟର ବାଟ ଡଙ୍ଗା ସାହାର୍ଯ୍ୟରେ ଟିକା ଆସୁଛି । ବ୍ଲକରେ କିପରି ସମସ୍ତଙ୍କୁ ଟିକାକରଣ ହେବ ସେନେଇ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ୬ଟି ଟିକାକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜାରି ରଖିଛନ୍ତି । ବ୍ଲକର ମୋଟ ୩୬ ହଜାର ୭୯୮ ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ରହିଛି ।