ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

95

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମତୃକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ସରକାର ୪ ଲକ୍ଷ ଲେଖାଏଁ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ଏଥିସହ ଏହି ଭୟଙ୍କର ଜଳପ୍ରଳୟ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି । ସେଠାରେ ଏବେ ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ରହିଛି । ତେବେ ଏବେ ବି ସବୁ ଲୋକ ଉଦ୍ଧାର ହୋଇପାରିନାହାନ୍ତି । ଏଯାବତ ଏହି ଘଟଣାରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।