ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରଳୟକୁ ବିତିଲାଣି ୯ ଦିନ । ଏବେ ବି ଜାରି ରହିଛି ଉଦ୍ଧାର କାମ । ମୃତ୍ୟୁରୁ ମାଟି ତଳୁ ମିଳିଲାଣି ୫୬ ମୃତଦେହ ।

87

କନକ ବ୍ୟୁରୋ: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏବେ ସୁଦ୍ଧା ୫୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତପୋବନ ଏନଟିପିସି ସୁଡଙ୍ଗରୁ ଆଉ ୮ଜଣଙ୍କ ଶବ ଉଦ୍ଧାର କରାଯାଇଛି ଓ ଏହା ନିକଟରୁ ଆଉ ୨ ଶବ ଉଦ୍ଧାର କରାଯାଇଛି । ସୁଡଙ୍ଗ ଭିତରେ ୩୫ ଜଣ ଫଶି ରହିଥିବା ଆଶଙ୍କାରେ ଏଠାରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଏବେ ପର୍ଯ୍ୟନ୍ତ ୧୫୪ଜଣଙ୍କ ପତ୍ତା ମିଳୁନି । ଗତ ୯ଦିନ ହେବ ଏଠାରେ ଚାଲିଛି ଉଦ୍ଧାରକାର୍ଯ୍ୟ । ସୁଡଙ୍ଗ ଭିତରୁ ୧୪୦ ମିଟର ଯାଏଁ ମାଟିକୁ ବାହାର କରାଯାଇଛି । ସୁଡଙ୍ଗ ଭିତରେ ଡ୍ରିଲ କରାଯାଇଛି ଏଠାରେ ଫସିଥିବା ଲୋକଙ୍କ ପାଖରେ ପହଁଚିବାକୁ ପ୍ରୟାସ କରାଯାଉଛି । ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗତ ୭ ତାରିଖରେ ବରଫ ପାହାଡ ଖସିବା ଯୋଗୁଁ ଚମୋଲୀରେ ଜଳପ୍ରଳୟ ସୃଷ୍ଟି ହୋଇଥିଲା । ଅନେକ ଗାଁ ବାହ୍ୟ ଜଗତର ବିଚ୍ଛିନ ହୋଇଯାଇଛି । ଗାଁକୁ ଯୋଗାଯୋଗ ପାଇଁ ସେନା ଅସ୍ଥାୟୀ ପାଦଚଲା ପୋଲ ନିର୍ମାଣ କରିଛି ।