ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା । ମାମଲାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ । ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

316

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ । ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହାଥରସ ଘଟଣାକୁ ନେଇ ବିରୋଧୀଙ୍କ ଘନଘନ ଆକ୍ରମଣ ଏବଂ ଦେଶବ୍ୟାପୀ ପ୍ରତିବାଦ ପରେ ବାଧ୍ୟ ହୋଇ ଏଭଳି ନିଷ୍ପତି ନେଇଛନ୍ତି । ଆଜି ଦିନ ତମାମ୍ ଏହି ଘଟଣାକୁ ନେଇ କଂଗ୍ରେସ ପ୍ରତିବାଦ କରିଥିଲା ।

ହାଥରସ୍୍ ବର୍ତ୍ତମାନ ରାଜନୀତିର ହଟସ୍ପଟ ପାଲଟିଛି । ଆଜି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ୫ ଜଣଙ୍କୁ ହାଥରସ ଯିବାକୁ ଅନୁମତି ଦେଇଥିଲେ ଉତ୍ତର ପ୍ରଦେଶ ସରକାର । ଦିଲ୍ଲୀ-ନୋଏଡ଼ା ଟୋଲ ଗେଟ୍ ନିକଟରେ ୟୁପି ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହେବା ପରେ ଲାଠିଚାର୍ଜ କରିଥିଲା ପୋଲିସ । ଏପଟେ ହଥରସ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ନୋଏଡା ନିକଟ ଏକ୍ସପ୍ରେସ ୱେରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।

ଗୁରୁବାର ମଧ୍ୟ ଗ୍ରେଟର ନୋଏଡାରେ ଉତେଜନା ସୃଷ୍ଟି ହୋଇଥିଲା । ଯେତେବେଳେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଏକ୍ସପ୍ରେସ ହାଇୱେ ଦେଇ ହଥରସ ଯିବାକୁ ଉଦ୍ୟମ କରୁଥିଲେ । ନୋଏଡା ପୋଲିସ ସେମାନଙ୍କୁ ହଥରସ ଯିବା ପାଇଁ ଅନୁମତି ଦେଇନଥିଲେ । ଏପରିକି ରାହୁଲଙ୍କୁ ଧକ୍କା ପେଲା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । କିଛି ଘଂଟା ଧରି ଚାଲିଥିଲା ଏହି ଡ୍ରାମା । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରି ପରେ ଛାଡି ଦେଇଥିଲା ।

ଗତ କିଛି ଦିନ ତଳେ ଉତ୍ତର ପ୍ରଦେଶର ହାଥରସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ନାବାଳିକାକୁ ଗଣଦୁଷ୍କର୍ମ ପରେ ଜିଭ କାଟି ଦେବା ସହ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ପରେ ନାବାଳିକା ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାତା ଆଖିବୁଜି ଥିଲା । ଏହି ଘଟଣା ପରେ ଏବେ ଦେଶରେ ହଲଚଲ ସୃଷ୍ଟି ହୋଇଛି ।