କୋଟିଆ ଗ୍ରାମପୁଞ୍ଜରେ ପାଳନ ହେଲା ଉତ୍କଳ ଦିବସ । ଓଡିଶା ମାଟିରେ ଆସି ଆନ୍ଧ୍ର ବିରୋଧରେ ଗର୍ଜିଲେ ଆନ୍ଧ୍ର ବାସିନ୍ଦା ।

ସୀମା ଆରପଟେ ହେଉନି ବିକାଶ, ଓଡିଶାରେ ମିଶିବାକୁ ପ୍ରସ୍ତୁତ ୧୮ଟି ଗାଁର ଲୋକ

139

କନକ ବ୍ୟୁରୋ: ଓଡିଶା ମାଟିରେ ଆନ୍ଧ୍ର ବିରୋଧୀ ସ୍ୱର । ଆନ୍ଧ୍ର ବିରୋଧରେ ଗର୍ଜିଲେ ଖୋଦ୍ ଆନ୍ଧ୍ର ବାସିନ୍ଦା । ପ୍ରଥମଥର ପାଇଁ କୋଟିଆ ଗ୍ରାମପୁଞ୍ଜରେ ପାଳନ ହୋଇଛି ଉକ୍ରଳ ଦିବସ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ରଳ ଦିବସରେ ଓଡିଶାରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଅ।।ନ୍ଧ୍ର କାଡମା ପଂଚାୟତର ୧୮ ଟି ଗାଁର ଲୋକ ।

ସେହିପରି ସାଲୁର ମଣ୍ଡଳମର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପାଙ୍ଗି ମାଳତୀ ଦୋରାଙ୍କ ନେତୃତ୍ୱରେ ଆନ୍ଧ୍ର ଲୋକ ଉକ୍ରଳ ଦିବସ ସମ୍ମିଳନୀରେ ଯୋଗଦେଇ ଆନ୍ଧ୍ରର ଦୋ ମୁହାଁ ନୀତିକୁ ପଦାରେ ପକାଇଛନ୍ତି । ଏମାନେ ଓଡିଶାରେ ମିଶିବା ପାଇଁ ନିବେଦନ କରିଛନ୍ତି । କୋଟିଆର ବିକାଶକୁ ଦେଖି ସେମାନେ ଓଡିଶାରେ ସାମିଲ ହେବା ପାଇଁ ଦାବି କରିଛନ୍ତି । ସୀମା ଆରପଟେ ଆନ୍ଧ୍ର କୌଣସି ବିକାଶ କରୁନଥିବାବେଳେ କୋଟିଆ ଉପରେ ଖଣିଜ ସଂପଦ ପାଇଁ ଆଖି ପକାଇ ଥିବା ସେମାନେ କହିଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଉକ୍ରଳ ଦିବସ ପାଳନ କରି ଆନ୍ଧ୍ରକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଦେଢଶହ କୋଟି ଟଙ୍କା ଦେଇଥିଲେ । ଆଉ ୨୨ କୋଟି ଟଙ୍କା ଦେବା ପାଇଁ ଜିଲ୍ଲା ପ୍ରଶାସନ ଦାବି କରିଛି । ଏଥିରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ ।