ୟୁକ୍ରେନ୍ ସୀମାରେ ଋଷର ସମରସଜ୍ଜା । ଆକ୍ସନ ମୋଡରେ ଆମେରିକା

244

କନକ ବ୍ୟୁରୋ: ୟୁକ୍ରେନ ଉପରେ ଋଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍(ନାଟୋ)ର ସଦସ୍ୟ ଦେଶଗୁଡିକ ଏକଜୁଟ ହୋଇଛନ୍ତି । ନାଟୋ ଋଷିଆ ଉପରେ ଚାପ ପକାଇବା ସହ ପୂର୍ବ ୟୁରୋପର ସୁରକ୍ଷା ପାଇଁ ସୋମବାର ଜେଟ୍, ଯୁଦ୍ଧ ବିମାନ ପଠାଇଛି । ୟୁକ୍ରେନ୍ ସୀମାରେ ଋଷିଆ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏହାକୁ ବିରୋଧ କରି ଆମେରିକା ସମେତ କିଛି ୟୁରୋପୀୟ ରାଷ୍ଟ୍ର ୟୁକ୍ରେନକୁ ସାମରିକ ସହାୟତା ଯୋଗାଇଛନ୍ତି ।

ନାଟୋ ସଙ୍ଗଠନର ରାଷ୍ଟ୍ରଗୁଡିକ ସୁରକ୍ଷା ଯୋଗାଇବା ପାଇଁ ନାଟୋ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ ବୋଲି ଏହି ପାଶ୍ଚତ୍ୟ ମିଲିଟାରୀ ଏଲାଏନ୍ଦର ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ ଏକ ବିବୃତ୍ତିରେ କହିଛନ୍ତି । ସେହିପରି ପୂର୍ବ ୟୁରୋପ ଓ ବାଲଟିକ୍ସ ଅଞ୍ଚଳ ପାଇଁ କେତେ ହଜାର ଆମେରିକୀୟ ସୈନ୍ୟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ରାଷ୍ଟ୍ରପତି ଜୋ ବାଇଡେନ୍ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ୟୁକ୍ରେନ୍ ସୀମାରେ ଋଷ ଯେପରି ନିଜ ସେନା ଓ ଅସ୍ତ୍ରଶସ୍ତ୍ର ଛାଉଣୀ କରିସାରିଲାଣି ତାକୁ ଦେଖିଲେ ଏହା ୟୁକ୍ରେନ୍ ଉପରେ ଯେ କୌଣସି ସମୟରେ ଆକ୍ରମଣ କରିବା ଜଣାପଡୁଛି । ୟୁକ୍ରେନର ରାଜଧାନୀ କ୍ୱିଭରେ ଥିବା ଦୂତାବାସଗୁଡିକୁ ଆମେରିକା ଓ ବ୍ରିଟେନ ଖାଲି କରିବାରେ ଲାଗିଛି । ଏହାସହ ଆମେରିକା ଦୂତାବସ ପକ୍ଷରୁ ଆମେରିକା ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଛି ।