ଯେବେ ତୂଳୀ ଧରନ୍ତି ବିଦେଶିନୀ ! ଲାଖି ଯାଏ ଆଖି, ହୃଦୟ ଜିତୁଛନ୍ତି ତ୍ରାସି

ଯେବେ ତୂଳୀ ଧରନ୍ତି ବିଦେଶିନୀ ! ଲାଖି ଯାଏ ଆଖି, ହୃଦୟ ଜିତୁଛନ୍ତି ତ୍ରାସି

କନକ ବ୍ୟୁରୋ : ଯେତେବେଳେ ପୂରା ରାଜଧାନୀ ନିଘୋଡ ନିଦରେ ଶୋଉଛି ଠିକ୍ ସେତିକିବେଳେ ହାତରେ ତୂଳୀ ଧରି ଓଭରବ୍ରିଜ କାନ୍ଥକୁ କାନଭାସ ସଜାଇ ରାଜଧାନୀର ଛାତିରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କିବାରେ ମସଗୁଲ ବିଦେଶୀ ଝିଅ । ଷ୍ଟ୍ରିଟ ଲାଇଟର ଆଲୁଅ ଭିତରେ ନିଜ କଳ୍ପନାକୁ ରାଜଧାନୀର କାନ୍ଥରେ ବାସ୍ତବତାର ରୂପ ଦେବାକୁ ଜି ଜାନ ଲଗାଇ ଦେଇଛନ୍ତି ବିଦେଶିନୀ । ଆଉ ଏଥିପାଇଁ ରାତିକୁ ସାଥୀ କରି ନେଇଛନ୍ତି ।

publive-imageହକି ବିଶ୍ୱକପ ପୂର୍ବରୁ ରାଜଧାନୀର ରାସ୍ତା କଡରେ ହେଉଥିବା ୱାଲ ପେଣ୍ଟିଂକୁ ଜୀବନ୍ତ ରୂପ ଦେବାକୁ ଏବେ ରାଜଧାନୀରେ ଡେରା ପକାଇଛନ୍ତି ଥ୍ରୀ ଡି ପେଣ୍ଟିଂର ଚାରି ବିଶ୍ୱସ୍ତରୀୟ କଳାକାର । ଯେଉଁମାନେ ଭୁବନେଶ୍ୱରକୁ ଥ୍ରୀ ଡି ପେଣ୍ଟିଂ ଜରିଆରେ ନୂଆ ରୂପ ଦେବାରେ ଲାଗି ପଡିଛନ୍ତି । ରାତି ହେବା କ୍ଷଣି ଭୁବନେଶ୍ୱରର ପ୍ରମୁଖ ଛକ ଗୁଡିକ ଯେପରିକି ଆଚାର୍ଯ୍ୟ ବିହାର, ବାଣୀବିହାର, ଜୟଦେବ ବିହାର ଓଭରବ୍ରିଜ ପାଖରେ ଏମାନେ ଚିତ୍ର ମାଧ୍ୟମରେ ନିଜର କଳା ଚାତୁରୀ ଦେଖାଉଛନ୍ତି । ଆଉ ଏହି ପେଣ୍ଟିଂ ରାସ୍ତାରେ ଯାଉଥିବା ଗାଡି ଚାଳକଙ୍କୁ ମଧ୍ୟ ବ୍ରେକ ମାରି ରହିବାକୁ ବାଧ୍ୟ କରୁଛି ।

publive-imageହକି ବିଶ୍ୱକପରେ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ବିଏମସି । ଆମେରିକାର ତ୍ରାସି ଲି ଷ୍ଟମଙ୍କ ଭଳି ଅର୍ନ୍ତଜାତୀୟ ଥ୍ରୀ ଡି ପେଣ୍ଟିଂ କଳାକାର ରାଜଧାନୀର କାନ୍ଥବାଡକୁ ରଙ୍ଗୀନ କରିବାକୁ ହାତରେ ଉଠାଇଛନ୍ତି ତୂଳୀ । ବାଣୀବିହାର ଛକରେ ତ୍ରାସିଙ୍କ ତୂଳୀ ସ୍ପର୍ଶରେ ଥ୍ରୀ ଡି ପେଣ୍ଟିଂ ଜୀବନ୍ତ ହୋଇ ଉଠିଥିବା ବେଳେ ତାଙ୍କ ସହ ଆସିଥିବା ଅନ୍ୟ ଚିତ୍ରକର ମଧ୍ୟ ସହରର ଅନ୍ୟ ପ୍ରମୁଖ ଛକରେ ମଧ୍ୟ ଆର୍କଷଣୀୟ ଥ୍ରୀ ଡି ପେଣ୍ଟିଂ କରି ବେଶ ପ୍ରଂଶସା ସାଉଁଟୁଛନ୍ତି ।

publive-imageଗିନିଜ ବୁକ୍ସ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ତ୍ରାସି ୫୩ ବର୍ଷ ବୟସରେ ପାଦ ଦେଇଥିଲେ ମଧ୍ୟ ଏବେ ବି ତାଙ୍କ ତୂଳୀର ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ଥ୍ରୀ ଡି ପେଣ୍ଟିଂ । ଆଉ ଏହି ସବୁ ପେଣ୍ଟିଂ ହକି ବିଶ୍ୱକପରେ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ ବୋଲି ତାଙ୍କର ଆଶା । ଅର୍ନ୍ତଜାତୀୟ ଥ୍ରୀ ଡି ପେଣ୍ଟିଂ କଳାକାରଙ୍କ ସହ କାମ କରି ସ୍ଥାନୀୟ ଚିତ୍ରଶିଳ୍ପୀ ମଧ୍ୟ ବେଶ ଉତ୍ସାହିତ । ଏହାଦ୍ୱାରା ସେମାନଙ୍କୁ କିଛି ନୂଆ ଶିଖିବାକୁ ମିଳୁଥିବା କହିଛନ୍ତି ସ୍ଥାନୀୟ କଳାକାର । ତ୍ରାସି ଏବଂ ଜିମେନେଜଙ୍କ ଛଡ଼ା ଏହି ଚାରି ଜଣିଆ ଦଳରେ ଜି ସ୍କିଣ୍ଡଲର ଏବଂ ଅନଟ ରୋନେନ ନାମକ ଆଉ ଦୁଇ ଜଣ ଆମେରିକୀୟ କଳାକାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe