ଡୋନାଲ୍ଡ ଟ୍ରମ୍ପଙ୍କ ଭବିଷ୍ୟବାଣୀ: ଆଗାମୀ ନିର୍ବାଚନ ପୂର୍ବରୁ ନିଶ୍ଚିହ୍ନ ହେବ ଆମେରିକା

258

କନକ ବ୍ୟୁରୋ: ଜୋ ବାଇଡେନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ ମତାନ୍ତର ବଢିବାରେ ଲାଗିଛି, ଯାହା ଆଫଗାନିସ୍ତାନ ଘଟଣାକୁ ନେଇ ତୀବ୍ର ହୋଇଛି । ତେବେ ନିକଟରେ ଟ୍ରମ୍ପ ଏକ ସାକ୍ଷାତକାରରେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ ନିର୍ବାଚନ ପୁର୍ବରୁ ଆମେରିକା ନିଶ୍ଚିହ୍ନ ହୋଇଯିବ ବୋଲି କହିଛନ୍ତି ଟ୍ରମ୍ପ ।


ରାଷ୍ଟ୍ରପତି ଥିବା ସମୟରେ ଟ୍ରମ୍ପଙ୍କ ସଚିବ ଥିବା ସନ୍ ସ୍ୱାଇସରଙ୍କ ସୋରେ ଯୋଗ ଦେଇଥିଲେ ଟ୍ରମ୍ପ । ଏଥିରେ ସେ କହିଥିଲେ ଯେ , ଦେଶ ଗତ ୮ ମାସ ହେବ ଅନେକ ବିପତ୍ତିକୁ ସାମନା କରିଆସୁଛି, ଯାହା କେବେ ଆଶା କରାଯାଇନଥିଲା । ଯଦି ଏପରି ସ୍ଥିତି ବଜାୟ ରହେ ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଆମେରିକା ମାଟିରେ ମିଶିବ ।୨୦୨୦ ନିର୍ବାଚନ ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଥିଲା ବୋଲି ଟ୍ରମ୍ପ କହିଛନ୍ତି ।

ଆଗାମୀ ଦିନରେ ପୁଣିଥରେ ରାଷ୍ଟ୍ରପତି ଦୌଡରେ ଆସିବେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ଯଦି ଏପରି ହୁଏ ତେବେ ଆମେରିକାକୁ ପ୍ରକୃତରେ ଭଲ ପାଉଥିବା ଲୋକେ ସବୁଠୁ ଖୁସି ହେବେ । ତେବେ ୨୦୨୨ରେ ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନର ଫଳାଫଳକୁ ଦେଖି ଯାହା ନିଷ୍ପତ୍ତି ନେବେ । ତେବେ ନ୍ୟୁୟର୍କର ମେୟର ହେବାକୁ ନେଇ ପଶ୍ନ ପଚାରିଥିଲେ ସ୍ୱାଇଗର୍ । ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ ।ବରଂ ଏପରି ହେଲେ ଅନ୍ତତଃ ନ୍ୟୁୟର୍କର ଅନେକ ଉନ୍ନତି ହୋଇପାରି ବୋଲି କହିଛନ୍ତି ଟ୍ରମ୍ପ ।

ଏପରିକି ବାଇଡେନଙ୍କୁ ନିର୍ବୋଧ କହିବାକୁ ପଛାଇନାହାଁନ୍ତି ଟ୍ରମ୍ପ । ଆଫଗାନିସ୍ତାନରେ ବାଇଡେନ୍ ସରକାରଙ୍କ କାର୍ଯ୍ୟ ଓ ଏହାର ପରିଣତି ବିରୋଧରେ କଡା ମନ୍ତବ୍ୟ ଦେଇଥିଲେ ଟ୍ରମ୍ପ । ଏକ ଜରୁରୀକାଳୀନ ସ୍ଥିତିରେ ସେନାକୁ ଫେରାଇ ଆଣିଲେ ବାଇଡେନ୍ । ଫଳରେ ଏଠାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଆଫଗାନିସ୍ତାନରେ ଯେପରି ଅମାନବୀୟ କାଣ୍ଡ ଘଟୁଛି ତାକୁ ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରୁଥିବାବେଳେ ବାଇଡେନ୍ କିନ୍ତୁ କିପରି ନିଶ୍ଚିନ୍ତ ହୋଇ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଆମେରିକା –ମେକ୍ସିକୋ ସୀମାରେ ଶରଣାର୍ଥୀଙ୍କ ଭିଡ ବାସ୍ତବିକ ଚିନ୍ତାର ବିଷୟ । ଯାହାକୁ ନେଇ ଆମେରିକାକୁ ନିନ୍ଦାର ସାମ୍ନା କରିବାକୁ ପଡୁଛି ।
ଶେଷରେ ଆମେରିକାବାସୀଙ୍କୁ ସାନ୍ତ୍ୱନା ଦେଇଛନ୍ତି ଟ୍ରମ୍ପ । ଯଦି ଲୋକେ ଚାହାଁନ୍ତି ପୁଣିଥରେ ଆମେରିକାକୁ ପ୍ରଗତି ଶୀର୍ଷରେ ପହଂଚାଇବାକୁ କହିଛନ୍ତି ଟ୍ରମ୍ପ ।